
ନୂଆଦିଲ୍ଲୀ: ଆଜି ତାମିଲ୍ନାଡୁରେ ୩୩ଟି ନୂଆ ମାମଲା ଚିହ୍ନଟ ହେବାରୁ ଦେଶରେ ଓମିକ୍ରନ୍ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇ ୨୭୧ରେ ପହଞ୍ଚିଛି। ଏବେ ତାମିଲନାଡୁରେ ସମୁଦାୟ ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍ ସଂକ୍ରମିତଙ୍କ ସଂଖ୍ୟା ୩୪ ରହିଛି।
ଆଜି ସକାଳେ ପ୍ରାପ୍ତ ରିପୋର୍ଟ ଅନୁସାରେ, ଏଯାବତ୍ ଭାରତର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ଦ୍ବାରା ସଂକ୍ରମିତ ସମୁଦାୟ ୨୩୮ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୦୪ଜଣ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି।
ଆଜି ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ପ୍ରାପ୍ତ ସୂଚନା ଅନୁସାରେ, ଓମିକ୍ରନ୍ଦ୍ବାରା ମହାରାଷ୍ଟ୍ରରେ ସର୍ବାଧିକ ୬୫ଜଣ, ଦିଲ୍ଲୀରେ ୬୪, ତେଲେଙ୍ଗାନାରେ ୨୪, ରାଜସ୍ଥାନରେ ୨୧, କର୍ଣ୍ଣାଟକରେ ୧୯, କେରଳରେ ୧୫ ଏବଂ ଗୁଜରାଟରେ ୧୪ଣ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଏହାଛଡ଼ା, ଦେଶର ବାକି ଅଞ୍ଚଳରେ ଜଣେ, ଦୁଇଜଣ ବା ତିନିଜଣ ଲେଖାଏଁ ଆକ୍ରାନ୍ତ ଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଥିଲା।
ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍ର ଦ୍ରୁତ ବିସ୍ତାର ବାତାବରଣରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ ବୈଠକ ଡକାଇଛନ୍ତି।
The post ତାମିଲନାଡୁରେ ୩୩ ମାମଲା ଚିହ୍ନଟ ହେବାରୁ ଭାରତରେ ସମୁଦାୟ ଓମିକ୍ରନ୍ ସଂକ୍ରମଣ ମାମଲା ହଠାତ୍ ୨୭୧କୁ ବୃଦ୍ଧି first appeared on Sambad.from କରୋନା | Sambad https://ift.tt/3qnEdof
0 Comments