
ବୁର୍ଲା: ବୁର୍ଲା ଭିମସାରରେ କୋଭିଡ ସଂକ୍ରମଣ ଗତ କିଛି ଦିନ ହେଲା ନିୟନ୍ତ୍ରଣରେ ଅଛି। ସୂଚନା ଅନୁଯାୟୀ ପଥମ ତିନିଦିନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ବୃଦ୍ଧି ପାଇପାଇଁ ୫୧ ରେ ପହଞ୍ଚିଥିବା ବେଳେ ଚତୁର୍ଥରୁ ୭ମ ଦିନ ଯାଏଁ ସ୍ଥିତି ନିୟନ୍ତ୍ରଣରେ ରହି ସଂକ୍ରମିତଙ୍କ ସଂଖ୍ୟା ୬୩ ରେ ପହଂଚି ଥିଲା କିନ୍ତୁ ଅଷ୍ଟମଦିନ ପଠାଯାଇଥିବା ୧୨୦ ଜଣଙ୍କ ଆର୍ଟିପିସିଆର ନମୁନାରୁ ୧୦ ଡାକ୍ତରୀ ଛାତ୍ର ଓ ଜଣେ ଲାବରୋଟୋରି ଆଟେଣ୍ଡାଣ୍ଟଙ୍କୁ ମିଶାଇ ୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ଏହି ସଂଖ୍ୟା ଏବେ ୭୪ କୁ ଛୁଇଁଥିଲା। ମାତ୍ରଏବେ ସ୍ଥିତି ନିୟନ୍ତ୍ରଣ ରେ ଅଛି ବୋଲି ଭିମସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।
ଗତ ସୋମବାର ଦିନ ପଠାଯାଇଥିବା ୨୧ ଜେନମ ସିକ୍ୟୁଏନସି ନମୂନା ମଧ୍ୟରୁ ୧୨ ଟି ନମୂନାର ରିପୋର୍ଟ ଆସିଛି। ରିପୋର୍ଟ ଅନୁଯାୟୀ ୨ ଜଣଙ୍କ ଡେ଼ଲ୍ଟା ଭାଇରସ ଥିବା ବେଳେ ବାକି ୧୦ ଜଣଙ୍କ ଡେ଼ଲ୍ଟା ଉଇଥ୍ ମାଇନର୍ ଭାରଏସନ୍ ଅଛି ବୋଲି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି।
The post ଭିମସାର କୋଭିଡ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ମଧ୍ୟରୁ ୨ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3dpdqSb
0 Comments