ଭୁବନେଶ୍ୱର: ରାଜ୍ୟରେ ଆଜି ୨୭୬ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୯୭୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୧୯, ସମ୍ବଲପୁରରୁ ୧୭, ପୁରୀରୁ ୧୫, ମୟୂରଭଂଜରୁ ୧୨, ବୌଦ୍ଧରୁ ୧୦, ଗଜପତି, କେନ୍ଦ୍ରାପଡ଼ାରୁ ୮-୮, ଯାଜପୁରରୁ ୭, ବାଲେଶ୍ୱର, ଜଗତସିଂହପୁରରୁ ୫ ଜଣ ଲେଖାଏର୍, ଢେଙ୍କାନାଳ, ନୟାଗଡ଼ରୁ ୪-୪, ଝାରସୁଗୁଡ଼ାରୁ ୩, ଗଂଜାମ, କଳାହାଣ୍ଡି, କୋରାପୁଟରୁ ୨ ଜଣ ଲେଖାଏଁ, ଭଦ୍ରକ, କେନ୍ଦୁଝରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୨୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୭୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦ first appeared on Sambad.

from କରୋନା | Sambad https://ift.tt/3ltpSVo