ଭୁବନେଶ୍ବର: କିଛିଦିନ ହେବ ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ  ୧୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

 

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୦ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୨୧୬୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୯୨୬୭ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୧୨୫୨ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୮୭ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

The post ପୁଣି ୧୦୦ଟପିଲା ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା first appeared on Sambad.

from କରୋନା | Sambad https://ift.tt/3y46dRn