ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୭,୪୪୭ଟି ନୂଆ କରୋନା ଭାଇରସ୍ ମାମଲା ଚିହ୍ନଟ ହୋଇଛି | ଏହି ସଂଖ୍ୟାକୁ ମିଶାଇ ବର୍ତ୍ତମାନ ଭାରତରେ କୋଭିଡ ରୋଗୀଙ୍କ ସଂଖ୍ୟା ୩,୪୭,୨୬,୦୪୯ କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୪,୭୬,୮୬୯ ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ କରୋନା ଭାଇରସର ସକ୍ରିୟ ରୋଗୀ ବର୍ତ୍ତମାନ ୮୬ ହଜାରକୁ ଖସି ଆସିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭,୮୮୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ଏପର୍ଯ୍ୟନ୍ତ କରୋନାରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୩,୪୧,୬୨,୭୬୫ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୮୬,୪୧୫ ଥିବାବେଳେ ଏହା ମୋଟ ମାମଲାର ୦.୨୫ ପ୍ରତିଶତ |

ସେହିପରି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ ଗୁରୁବାର ଦିନ ଭାରତରେ କରୋନା ଭୂତାଣୁ ପାଇଁ ୧୨,୫୯,୯୩୨ ନମୁନା ପରୀକ୍ଷା କରାଯାଇଛି, ଯାହା ପରେ ଦେଶରେ ନମୁନା ପରୀକ୍ଷା ସଂଖ୍ୟା ୬୬,୧୫,୦୭,୬୯୪ କୁ ବୃଦ୍ଧି ପାଇଛି।

The post ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭ ହଜାର ୪୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3yzu2jX