ଭୁବନେଶ୍ବର: ରାଜ୍ୟର ୮୭ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଯାଏଁ ୧୩ ପ୍ରତିଶତ ଲୋକ ଟିକା ନେଇ ନାହାନ୍ତି। ଏମାନଙ୍କ ସଂଖ୍ୟା ୪୧ ଲକ୍ଷ। ସମସ୍ତେ ସ୍ବତଃପ୍ରବୃତ୍ତ ଭାବେ ଟୀକା ନିଅନ୍ତୁ। ଏହାଫଳରେ ଡିସେମ୍ବର ଶେଷ ସୁଦ୍ଧା ଆମର ପ୍ରଥମ ଡୋଜ ଟିକାକରଣ ଶେଷ ହେବ। ଏହା ଆମର ଲକ୍ଷ୍ୟ। ମୟୁରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟିକାକରଣ ହାର ବହୁତ କମ ରହିଛି। ଓମିକ୍ରନ ଭୁତାଣୁର ଭୟାବହତା ବଢୁଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ହେବ।
ଅପରପକ୍ଷରେ ରାଜ୍ୟର ୫୪ ପ୍ରତିଶତ ଲୋକ ସେକେଣ୍ଡ ଡୋଜ ନେଇଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

The post ରାଜ୍ୟର ୪୧ ଲକ୍ଷ ଲୋକ ନେଇନାହାନ୍ତି ପ୍ରଥମ ଡୋଜ କୋଭିଡ୍ ଟିକା first appeared on Sambad.

from କରୋନା | Sambad https://ift.tt/3DP2pEH