ବ୍ରିଟେନ୍‌ରେ ୨୨ ଓମିକ୍ରନ୍‌ ମାମଲା ଚିହ୍ନଟ ପରେ ଆତଙ୍କ, ମାସ୍କ ବାଧ୍ୟତାମୂଳକ

ବ୍ରିଟେନ୍‌: ବ୍ରିଟେନ୍‌ରେ ୨୨ଟି ‘ଓମିକ୍ରନ୍‌’ ପ୍ରଜାତି ସଂକ୍ରମଣ ମାମଲା ଆଜି ଚିହ୍ନଟ ହୋଇଛି। ସ୍କଟଲାଣ୍ଡ୍‌ ଏବଂ ଇଂଲାଣ୍ଡରେ ପୁଣି ସଂକ୍ରମଣ ବଢ଼ିଛି। ପୂର୍ବ ମିଡଲାଣ୍ଡ୍‌, ପୂର୍ବ ଇଂଲାଣ୍ଡ, ଲଣ୍ଡନ ଏବଂ ଉତ୍ତର ପଶ୍ଚିମରେ ସମସ୍ତ ନୂଆ ମାମଲା ଚିହ୍ନଟ ହୋଇଛି। ବ୍ରିଟିଶ ସ୍ବାସ୍ଥ୍ୟ ସଚିବ ସାଜିଦ ଜାଭିଦ କହିଛନ୍ତି, ଆଗକୁ ସଂକ୍ରମଣ ବଢ଼ିବ ଏବଂ ଏଥିପାଇଁ ଜନସାଧାରଣଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ତେବେ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କରିଥିଲେ କି ନାହିଁ ତାହା ଜଣାପଡ଼ିନି। ବ୍ରିଟେନ୍‌ରେ ଓମିକ୍ରନ୍‌ ପ୍ରଜାତି ବଢ଼ିବାରୁ ପ୍ରାୟ ସବୁ ଅଂଚଳରେ କଟକଣା କଡ଼ାକଡ଼ି ହୋଇଛି। ବ୍ରିଟେନ୍‌ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୁଳକ କରିଥିବା ବେଳେ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର ‌ଟେଷ୍ଟ୍‌ ମଧ୍ୟ ବାଧ୍ୟତାମୂଳକ କରିଛି। ଓମିକ୍ରନ୍‌ର ଭୟାବହତାକୁ ରୋକିବା ପାଇଁ ବ୍ରିଟେନ୍‌ ବୁଷ୍ଟର୍‌ ଡୋଜ୍‌ ପ୍ରକ୍ରିୟା ଆରମ୍ଭ କରିଛି। ବ୍ରିଟେନ୍‌ରେ ମୋଟ୍‌ ସଂକ୍ରମଣ ମାମଲା ଏବେ ୧୦,୨୨୮,୭୭୨ ରହିଛି ଏବଂ ମୃତ୍ୟୁସଂଖ୍ୟା ୧୪୪,୯୬୯ରେ ପହଞ୍ଚିଛି।

ଓମିକ୍ରନ୍ ବିରୋଧରେ କୋଭିଡ ଆଣ୍ଟିବଡି ଚିକିତ୍ସା କମ୍ ପ୍ରଭାବଶାଳୀ ହୋଇପାରେ
ୱାସିଂଟନ୍: ଆମେରିକାର ବାୟୋଟେକ୍ ଫାର୍ମ ରେଜେନେରନ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କୋଭିଡ ଭୂତାଣୁ ପାଇଁ ସିନ୍ଥେଟିକ୍ ଆଣ୍ଟିବଡି ଚିକିତ୍ସା ନୂତନ ପ୍ରଜାତି ଓମିକ୍ରନ୍ ବିରୋଧରେ କମ୍ ପ୍ରଭାବଶାଳୀ ହୋଇପାରେ। ଏହା ଆଣ୍ଟିବଡି ସମେତ ଉଭୟ ଟିକା ଏବଂ ମୋନୋକ୍ଲୋନାଲ ଆଣ୍ଟିବଡି ଇମ୍ୟୁନିଟିକୁ ହ୍ରାସ କରିବା ଆଶଙ୍କା ରହିଛି। ଓମିକ୍ରନ୍ ଏହାର ସ୍ପାଇକ୍ ପ୍ରୋଟିନ୍‌କୁ ବାରମ୍ବାର ପରିବର୍ତ୍ତନ କରିବାକୁ ସକ୍ଷମ ହେଉଛି, ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ଚିନ୍ତିତ କରିଛି। ମୋନୋକ୍ଲୋନାଲ ଆଣ୍ଟିବଡି ଔଷଧରେ ଏବେ କେତେକ ପରିବର୍ତ୍ତନ ଅଣାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଓମିକ୍ରନ୍‌ ପ୍ରଜାତିର ପ୍ରୋଟିନ ସଂରଚନା ନେଇ ଆସନ୍ତା ମାସରେ ଅଧିକ ତଥ୍ୟ ଆସିବ ବୋଲି କୁହାଯାଇଛି।

The post ବ୍ରିଟେନ୍‌ରେ ୨୨ ଓମିକ୍ରନ୍‌ ମାମଲା ଚିହ୍ନଟ ପରେ ଆତଙ୍କ, ମାସ୍କ ବାଧ୍ୟତାମୂଳକ first appeared on Sambad.

from କରୋନା | Sambad https://ift.tt/3dfBqqM

Post a Comment

0 Comments