
ନୂଆଦିଲ୍ଲୀ: ପୂର୍ବରୁ ‘ବିଏମ୍ଡବ୍ଲୁ’ ନିର୍ମାଣ କରୁଥିବା ମଡେଲ୍ ବନ୍ଦ କରି ଦେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସୁରକ୍ଷାର ସାଧାରଣ ପରିବର୍ତ୍ତନ କରାଯାଇ ‘ମର୍ସିଡିଜ୍ ମେବାକ୍ କାର୍’ ସାମିଲ କରାଯାଇଥିବା କଥା ଆଜି ସରକାରୀସୂତ୍ରରୁ ସୂଚନା ମିଳିଛି। ଏହି କାର୍ ଉନ୍ନତ ବା ସଦ୍ୟତମ ମଡେଲ୍ ନୁହେଁ।
ସୂଚନାଯୋଗ୍ୟ, ଏହି କାର୍ର ମୂଲ୍ୟକୁ ନେଇ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରାଯାଇଥିଲା। ଜଣେ ସରକାରୀ ଅଧିକାରୀ କହିଛନ୍ତି, ଗଣମାଧ୍ୟମ କଳ୍ପନାଜଳ୍ପନା ଠାରୁ ଏହି କାର୍ଗୁଡ଼ିକର ମୂଲ୍ୟ ଯଥେଷ୍ଟ କମ୍। କହିବାକୁ ଗଲେ ଗଣମାଧ୍ୟମରେ ଉଲ୍ଲେଖ ମୂଲ୍ୟର ଏକତୃତୀୟାଂଶ ହେବ।
‘ମେବାକ୍’ କାର୍ର ମୂଲ୍ୟ୧୨ କୋଟି ବୋଲି କେତେକ ଗଣମାଧ୍ୟମ ପ୍ରକାଶ କରିଥିଲେ।
ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବ୍ୟକ୍ତିଗତ ସୁରକ୍ଷା ନିୟମ ଅନୁଯାୟୀ, ସୁରକ୍ଷା ଯୋଗାଇ ଦିଆଯାଉଥିବା ବ୍ୟକ୍ତିବିଶେଷଙ୍କ ଯାନବାହନ ୬ ବର୍ଷରେ ପରିବର୍ତ୍ତନ କରାଯିବା କଥା। କିନ୍ତୁ, ‘ବିଏମ୍ଡବ୍ଲୁ’ ନିର୍ମିତ କାର୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ୮ ବର୍ଷ ହେବ ବ୍ୟବହାର କରୁଛନ୍ତି। ଏହାଦ୍ବାରା ତାଙ୍କ ଜୀବନ ବିପନ୍ନ ହେବାର ସମ୍ଭାବନା ରହିଛି ବୋଲି ଅଡିଟ୍ ଅଭିଯୋଗ କରିବା ସହ ମନ୍ତବ୍ୟ ମଧ୍ୟ ଦେଲା।
ଏଭଳି ପରିବର୍ତ୍ତନ ପାଇଁ ସୁରକ୍ଷା ଯୋଗାଇ ଦିଆଯାଉଥିବା ବ୍ୟକ୍ତିବିଶେଷଙ୍କ ବିନା ପରାମର୍ଶରେ ‘ଏସ୍ପିଜି’ ସ୍ବାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିଥାଏ। ଏହା ଜାତୀୟ ସ୍ବାର୍ଥ ବିଜଡ଼ିତ ନ ହୋଇ ଥିବାରୁ ଏହାର ଅନାବଶ୍ୟକ ବିବରଣୀ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରକାଶ କରାଯାଏ ନାହିଁ।
ସରକାରୀ ଅଧିକାରୀମାନେ କହିଛନ୍ତି ଯେ, କେଉଁ କାର୍ ବ୍ୟବହାର କରିବେ, ସେ ବିଷୟରେ ମୋଦୀ କୌଣସି ପସନ୍ଦ ଉପସ୍ଥାପ କରିନାହାନ୍ତି। କିନ୍ତୁ,ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଖରିଦ କରାଯାଇଥିବା ‘ରେଞ୍ଜ୍ ରୋଭର୍ସ’ କାର୍କୁ ଅତୀତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବ୍ୟବହାର କରିଥିଲେ।
The post ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାର ସାଧାରଣ ପରିବର୍ତ୍ତନ ଭାବେ ‘ମେବାକ୍’ କାର୍ ସାମିଲ କରାଯାଇଛି: ସରକାରୀସୂତ୍ର first appeared on Sambad.from କରୋନା | Sambad https://ift.tt/3JqL5da
0 Comments