
ନୂଆଦିଲ୍ଲୀ: କଟକଣାଯୁକ୍ତ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଆଜି ହାଇଦ୍ରାବାଦରେ ଅପ୍ଟିମସ୍ ଫାର୍ମା କୋଭିଡ୍-ନିରୋଧୀ ବଟିକା ‘ମୋଲ୍ନୁପିରାଭିୟର୍’ର ଶୁଭାରମ୍ଭ କରିଛି।
‘ସାର୍ସ-କୋଭ୍-୨’ ବଂଶବୃଦ୍ଧି କରୁଥିବା ଭାଇରାଲ୍ ମ୍ୟୁଟାଜିନିସିସ୍ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଭୂତାଣୁ ନିରୋଧୀ ଔଷଧ ହେଉଛି ‘ମୋଲ୍ନୁପିରାଭିୟର୍’ର। ୧୮ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତି ଏହି ବଟିକା ସେବନ କରିପାରିବେ।
କୋଭିଡ୍-୧୯ ପଜିଟିଭ୍ ହେବା ପରେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଚିକିତ୍ସା ନିମନ୍ତେ ୫ ଦିନ ଧରି ଦୈନିକ ଦୁଇଟି ଲେଖାଏଁ ୮୦୦ ମିଲିଗ୍ରାମ୍ର ବଟିକା ଖାଇବା ବିଧେୟ। ‘ମୋଲ୍ନୁପିରାଭିୟର୍’ ବଟିକା ଗୋଟିକର ମୂଲ୍ୟ ୬୩ ଟଙ୍କା।
ଦୀର୍ଘ ଦିନ ପରେ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ ଉକ୍ତ ବଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। କମ୍ପାନି ମଧ୍ୟ ଏକ ପ୍ରେସ୍ରିଲିଜ୍ରେ କହିଛି ଯେ, ଏହି ବଟିକାର ୩ୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ଶେଷ ହୋଇଛି। ସମଗ୍ର ଭାରତରେ ୨୯ଟି ଭୌଗୋଳିକ ଅଧ୍ୟୟନ କ୍ଷେତ୍ରରେ ୧,୨୧୮ଜଣଙ୍କ ଉପରେ ଏହି ବଟିକା ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଥିଲା।
The post କୋଭିଡ୍-୧୯ ନିରୋଧୀ ବଟିକା ‘ମୋଲ୍ନୁପିରାଭିୟର୍’ର ଶୁଭାରମ୍ଭ କଲା ଅପ୍ଟିମସ୍ ଫାର୍ମା first appeared on Sambad.from କରୋନା | Sambad https://ift.tt/3HqrxUe
0 Comments