ଆମେରିକାରେ ଚିହ୍ନଟ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତି

ୱାସିଂଟନ୍‌: କାଲିଫର୍ଣ୍ଣିଆରୁ ଦେଶର ପ୍ରଥମ ‘କୋଭିଡ୍‌-୧୯ ଓମିକ୍ରନ୍ ଭେରିଏଣ୍ଟ୍‌’ ଚିହ୍ନଟ କରାଯାଇଥିବା କଥା ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି। ଦକ୍ଷିଣ ଆଫ୍ରିକା ଫେରନ୍ତା ଆକ୍ରାନ୍ତ ବ୍ୟକ୍ତିଜଣକ ସମ୍ପୂର୍ଣ୍ଣ ଟିକା ନେଇଥିଲେ। ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିଲା ଓ ଏବେ ସେ ସୁସ୍ଥ ହେଉଛନ୍ତି।

‘ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ (ସିଡିସି) ଜାରି କରିଥିବା ବିବୃତି ଅନୁସାରେ, ନଭେମ୍ବର ୨୨ ତାରିଖ ଦିନ ସେ ବ୍ୟକ୍ତିଜଣକ ଦକ୍ଷିଣ ଆମେରିକାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ‘ନେଗେଟିଭ୍’ ବାହରିଛନ୍ତି।

ଶୀର୍ଷସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ଆନ୍ଥୋନି ଫାଉଚି କହିଛନ୍ତି, ଦେଶରେ ଏହି ଷ୍ଟ୍ରେନ୍‌ ଦେଖା ଦେବା ସାମୟିକ ବୋଲି କର୍ତ୍ତୃପକ୍ଷମାନେ ଜାଣିଛନ୍ତି। ଏହି ଭୂତାଣୁ ସଂକ୍ରମଣରୁ ନିରାପଦ ରହିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଟିକାକରଣ, ବୁଷ୍ଟର୍‌ ଟିକାକରଣ, ଘରେ ଓ ବାହାରେ ମାସ୍କ ପରିଧାନ।

Image Courtesy of The Irish Times

ସାମ୍ବାଦିକମାନଙ୍କୁ ଫାଉଚି କହିଛନ୍ତି, ନଭେମ୍ବର ୨୯ ତାରିଖ ଦିନ ପଜିଟିଭ୍ ଜଣାପଡ଼ିଥିବା ସେ ରୋଗୀଜଣକ ବୁଷ୍ଟର୍‌ ଡୋଜ୍‌ ନେଇ ନ ଥିଲେ। ସ‌ୌଭାଗ୍ୟକୁ ସେ ରୋଗୀଠାର ସାମାନ୍ୟ ଲକ୍ଷଣ ଦେଖାଦେଇଛି। କିନ୍ତୁ, ବାସ୍ତବରେ ସେ ଲକ୍ଷଣ ବଢ଼ିବା ପରି ଜଣାଡୁଥିଲା।

ତେଣେ, ଓମିକ୍ରନ୍‌ ମୁକାବିଲା ପାଇଁ ଯୁକ୍ତରାଷ୍ଟ ଆମେରିକା ପରୀକ୍ଷା କଠୋର କରିବା ସହ ଦେଶରେ ପହଞ୍ଚୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କ କ୍ବାରେଣ୍ଟିନ୍‌ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିବା କଥା ‘ସିଡିସି’ ବୁଧବାର ଦିନ କହିଛି।

The post ଆମେରିକାରେ ଚିହ୍ନଟ ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତି first appeared on Sambad.

from କରୋନା | Sambad https://ift.tt/3xHgK4E

Post a Comment

0 Comments