ପାଟନା: ବିହାରରେ କୋରୋନାଭାଇରସ୍‌ ରୋଗର ତୃତୀୟ ଲହର୍‌ ଅନୁଭୂତ ହୋଇସାରିଛି ବୋଲି ମଙ୍ଗଳବାର ଦିନ ରାଜ୍ୟରେ ୪୭ଟି ସଂକ୍ରମଣ ମାମଲା ରେକର୍ଡ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।

ସେ କହିଛନ୍ତି, ରାଜ୍ୟରେ କୋଭିଡ୍‌ ମହାମାରୀର ତୃତୀୟ ଲହର୍‌ ଆରମ୍ଭ ହୋଇସାରିଛି ଏବଂ ଜନସାଧାରଣଙ୍କୁ ଏହା କବଳରୁ ରକ୍ଷା କରିବା ଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଉଛି।

ତେଣୁ, ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ପାର୍କ ବନ୍ଦ ପାଇଁ ସରକାର ଆଦେଶ ଦେଇଛନ୍ତି।

Image Courtesy of Zee News

ସରକାରୀ ଆଦଶେନାମାରେ ଉଲ୍ଲେଖ ଅଛି, ଏଠାକାର କୌଣସି ଉଦ୍ୟାନରେ ନୂଆବର୍ଷ ପାଳନ ନ କରାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନବବର୍ଷରେ ଜନସମାଗମ ଏଡ଼ାଇବାକୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

ନୂଆ ଓମିକ୍ରନ୍‌ ଭେରିଏଣ୍ଟ୍‌ ସଂକ୍ରମଣ ମାମଲା ବୃଦ୍ଧି ଉପରେ ମଧ୍ୟ ବିହାର ସରକାର ନଜର ରଖିଛନ୍ତି। ଏ ପର୍ଯ୍ୟନ୍ତ ବିହାରରେ କ‌ୌଣସି ଓମିକ୍ରନ୍‌ ମାମଲା ରେକର୍ଡ କରାଯାଇନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟଦ୍ବାରା ରିଲିଜ୍‌ ହୋଇଥିବା ଓମିକ୍ରନ୍ କରୋନାଭାଇରସ୍‌ ଭେରିଏଣ୍ଟ୍‌ ଚିହ୍ନଟ ହୋଇଥିବା ୨୧ ରାଜ୍ୟରେ ବିହାରର ନାଁ ନାହିଁ।

Image Courtesy of India Today

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ହେତୁ ଉତ୍ତର ପ୍ରଦେଶ ଭଳି ବିହାରର ପଡ଼ୋଶୀ ରାଜ୍ୟ ରାତ୍ରକାଳୀନ କର୍ଫ୍ୟୁ ଜାରି କରିବା ପରେ ଡିସେମ୍ବର ୨୩ ତାରିଖ ଦିନ ନୀତୀଶ କୁମାର କହିଥିଲେ, ଏବେ ବିହାର ପାଇଁ ରାତ୍ରକାଳୀନ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ।

The post ବିହାରରେ କୋଭିଡ୍‌-୧୯ର ତୃତୀୟ ଲହର୍‌ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର first appeared on Sambad.

from କରୋନା | Sambad https://ift.tt/32I2Aoz