ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ପାଇଁ ଜାନୁଆରି ପହିଲାରୁ ‘କୋୱିନ୍ ପ୍ଲାଟ୍ଫର୍ମ’ରେ ୧୫ ରୁ ୧୮ ବର୍ଷିୟ ପିଲାମାନେ ପଞ୍ଜିକରଣ କରିପାରିବେ ବୋଲି ଡାକ୍ତର ଆର୍. ଏସ୍. ଶର୍ମା କହିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, ‘କୋୱିନ୍ ପ୍ଲାଟ୍ଫର୍ମ’ର ମୁଖ୍ୟ ଡାକ୍ତର ଆର୍. ଏସ୍. ଶର୍ମା କହିଛନ୍ତି, ୧୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନେ ଜାନୁଆରି ୧ ତାରିଖରୁ ‘କୋୱିନ୍ ଆପ୍’ରେ ପଞ୍ଜିକରଣ କରିବାକୁ ସମର୍ଥ ହେବେ। କେତେକ ପିଲାଙ୍କର ଆଧାର କିଂବା ଅନ୍ୟ କୌଣସି ପରିଚୟ ପତ୍ର ନ ଥିବା ଆଶଙ୍କା କରି ଆମେ ପଞ୍ଜିକରଣ ପାଇଁ ଆମେ ଅତିରିକ୍ତ ଭାବେ ‘ଷ୍ଟୁଡେଣ୍ଟ୍ ଆଇଡି କାର୍ଡ’ (୧୦ମ ଶ୍ରେଣୀ) ସାମିଲ କରିଛୁ।
ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ, ୨୦୨୨ ଜାନୁଆରି ୩ ତାରିଖରୁ ୧୫ ରୁ ୧୮ ବୟସବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହାଛଡ଼ା, ସ୍ବାସ୍ଥ୍ୟସେବା ଏବଂ କୋଭିଡ୍ ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା କର୍ମୀମାନଙ୍କୁ ମଧ୍ୟ ବୁଷ୍ଟର୍ ଡୋଜ୍ ଦିଆଯିବ। ସେହିପରି, ଏକାଧିକ ରୋଗଗ୍ରସ୍ତ ୬୦ରୁ ଅଧିକ ବୟସ୍କ ଲୋକେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୨୦୨୨ ଜାନୁଆରି ୧୦ ତାରିଖ ଠାରୁ ବୁଷ୍ଟର୍ଡୋଜ୍ ନେଇ ପାରିବେ।
ଦେଶବ୍ୟାପୀ ଡାକ୍ତରମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ।
The post କୋଭିଡ୍ ଟିକାକରଣ ପାଇଁ ଜାନୁଆରି ୧ରୁ ‘କୋୱିନ୍’ରେ ୧୫ ରୁ ୧୮ ବର୍ଷିୟ ପିଲାମାନେ ପଞ୍ଜିକରଣ କରିପାରିବେ first appeared on Sambad.from କରୋନା | Sambad https://ift.tt/32xmmmG
0 Comments