ପଶ୍ଚିମବଙ୍ଗ ଖୁବ୍‌ ଶୀଘ୍ର କୋଭିଡ୍‌ ବୁଷ୍ଟର୍‌ ଡୋଜ୍‌ ପରୀକ୍ଷା କରିବ

କୋଲକାତା : ପଶ୍ଚିମବଙ୍ଗ ସରକାର ଖୁବ୍ ଶୀଘ୍ର ମହାନଗରରେ କୋଭିଡ୍‌-୧୯ ବୁଷ୍ଟର୍ ଡୋଜ୍‌ ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି। ବିଭିନ୍ନ ମେଡିକାଲ୍ ପ୍ରତିଷ୍ଠାନରେ ଫିଜିବିଲିଟି ପରୀକ୍ଷା ଆରମ୍ଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ଟି ଡାକ୍ତରଖାନା ଏହି ପରୀକ୍ଷାରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସ୍କୁଲ ଅଫ୍ ଟ୍ରପିକାଲ୍ ମେଡିସିନ୍, କଲେଜ୍ ଅଫ୍ ମେଡିସିନ୍ ଆଣ୍ଡ ସାଗର ଦତ୍ତ ହସ୍ପିଟାଲ୍, ନିଲ୍ ରତନ ସିର୍କାର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ (ଏନ୍‌ଆର୍‌ଏସ୍‌) ଭଳି ତିନିଟି ସରକାରୀ ଡାକ୍ତରଖାନା ଏ ଦିଗରେ ଆଗ୍ରହ ସୃଷ୍ଟି କରିଛନ୍ତି। ଆମେ ସହରରେ ଯେଉଁଠାରେ ବୁଷ୍ଟର ଡୋଜର ପରୀକ୍ଷା କରିବାକୁ ଯୋଜନା କରୁଛୁ କେବଳ ସେହିଠାରେ ହିଁ ସମ୍ଭାବ୍ୟ ପରୀକ୍ଷା କରୁଛୁ ବୋଲି ଅଧିକାରୀ କହିଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆକୁ ମଧ୍ୟ ଚିଠି ଲେଖିଛୁ ଏବଂ ଏକ ସକାରାତ୍ମକ ଉତ୍ତର ପାଇବାକୁ ଆଶା ରଖିଛୁ ବୋଲି ସେ କହିଛନ୍ତି। ବୁଷ୍ଟର୍ ସଟ୍‌ଗୁଡ଼ିକର ପରୀକ୍ଷା ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ।

The post ପଶ୍ଚିମବଙ୍ଗ ଖୁବ୍‌ ଶୀଘ୍ର କୋଭିଡ୍‌ ବୁଷ୍ଟର୍‌ ଡୋଜ୍‌ ପରୀକ୍ଷା କରିବ first appeared on Sambad.

from କରୋନା | Sambad https://ift.tt/3op5gQ1

Post a Comment

0 Comments