
ନୂଆଦିଲ୍ଲୀ: ବିଶ୍ବରେ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପୁଥିବା ବେଳେ ରଙ୍ଗରଙ୍ଗିଆ, ପୁନଃବ୍ୟବହାର ଉପଯୋଗୀ କପଡ଼ା ମାସ୍କ୍ ବ୍ୟବହାର ବିପକ୍ଷରେ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ ସେବାର ପ୍ରଧ୍ୟାପକ ଟ୍ରିସ୍ ଗ୍ରିନ୍ହାଲଗ୍ କହିଛନ୍ତି, ସତ କହିବାକୁ ଗଲେ କପଡ଼ା ମାସ୍କ୍ ଯେତିକି ଭଲ, ସେତିକି ଭୟଙ୍କର। ମିଶ୍ରିତ ସାମଗ୍ରୀରେ ନିର୍ମିତ ଦୁଇ କିଂବା ତିନି-ଥାକିଆ ମାସ୍କ୍ ଅଧିକ ଫଳପ୍ରଦ ହୋଇଥିବା ବେଳେ କପଡ଼ା ମାସ୍କ୍ ଆକର୍ଷଣୀୟ ଫେସନ୍ ମାତ୍ର।
ଗ୍ରିନ୍ହାଲଗ୍ଙ୍କ କହିବା କଥା ହେଲା, କପଡ଼ା ମାସ୍କ୍ର ମୁଖ୍ୟ ଅଡୁଆ ହେଲା ସେଗୁଡ଼ିକର କୌଣସି ‘ସ୍ବାସ୍ଥ୍ୟ ମାନ’ (ହେଲ୍ଥ୍ ଷ୍ଟାଣ୍ଡାର୍ଡ) ନାହିଁ। କିନ୍ତୁ, ‘ଏନ୍୯୫’ ଭଳି ରେସ୍ପାଇରେଟର୍ ମାସ୍କ୍ ସବୁ ୯୫% କଣିକା ଛାଣି ରଖୁଥିବା ସୁନିଶ୍ଚିତ କଥା।
ଏହାଛଡ଼ା, ପିନ୍ଧିଥିବା ମାସ୍କ୍ ଯଦି ନାକ ଓ ପାଟିକୁ ଠିକ୍ ଭାବେ ଆବୃତ କରି ନ ପାରିଲା ତାହା ମୂଲ୍ୟହୀନ। ପୁଣି, ମାସ୍କ୍ ପିନ୍ଧି ସହଜରେ ଶ୍ବାସପ୍ରଶ୍ବାସ କରାଯିବା ମଧ୍ୟ ଅତ୍ୟାବଶ୍ୟକ। ଧୁଆ ଯାଇ ପୁଣି ବ୍ୟବହାର କରି ହେଉଥିବାରୁ ପରିବେଶ କିଂବା ଅର୍ଥ ସଚେତନ ଗ୍ରାହକମାନେ କପଡ଼ା ମାସ୍କ୍ ଖରିଦ କରୁଛନ୍ତି। କିନ୍ତୁ, ସେଗୁଡ଼ିକର ‘ଫିଲ୍ଟରେସନ୍ ଷ୍ଟାଣ୍ଡାର୍ଡ’ରେ ସନ୍ଦେହ ରହିଛି।
The post ଓମିକ୍ରନ୍ ସଂକ୍ରମଣ ବ୍ୟାପୁଥିବା ବେଳେ କପଡ଼ା ମାସ୍କ୍ ବ୍ୟବହାର ବିପକ୍ଷରେ ବିଶେଷଜ୍ଞଙ୍କ ଚେତାବନୀ first appeared on Sambad.from କରୋନା | Sambad https://ift.tt/3z15Ya8
0 Comments