ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ସତର୍କ ରହିବା ଉଚିତ: ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଡିଏମଇଟି ରମାରମଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ। ସମସ୍ତେ ସତର୍କ ରହିବା ଉଚିତ। କୋଭିଡ ନିୟମ ମାନିବା ଉଚିତ।
ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢୁଛି।ବଢିବାର ବିଭିନ୍ନ କାରଣ ହୋଇପାରେ। ସେଦୃଷ୍ଟିରୁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ୍, ଚିକିତ୍ସା ସୁବିଧା ସହ ଅକ୍ସିଜେନ ମହଜୁଦ ରଖିଛନ୍ତି। ପ୍ରତି ଦୁଇ ତିନି ଦିନରେ ସମୀକ୍ଷା କରାଯାଉଛି।
ପୂର୍ବରୁ ଆମର ଡେ଼ଲ୍ଟା ଭାଇରସ ମୁକାବିଲା ନେଇ ଅଭିଜ୍ଞତା ଅଛି। ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ। ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଛି, କିନ୍ତୁ ରିଲାକ୍ସ ହେବା କଥା ନୁହେଁ। ଆଶ୍ବସ୍ତିକର ରହିଛି ବର୍ତ୍ତମାନର ସଂକ୍ରମଣ, କିନ୍ତୁ ସାବଧାନ ରହିବା ଉଚିତ। ତୃତୀୟ ଲହର ଆସିପାରେ। ଏଦୃଷ୍ଟିରୁ ସତର୍କ ରହିବା ଉଚିତ, ଯାହା ଫଳରେ ଆମେ ତାକୁ ପ୍ରତିହତ କରିପାରିବା।

The post ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ସତର୍କ ରହିବା ଉଚିତ: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3ENUd8I

Post a Comment

0 Comments