ନୂଆଦିଲ୍ଲୀ: ୨୮୭ଦିନ ପରେ କମିଲା ସଂକ୍ରମଣ। ଆଜି ୯ହଜାର ତଳକୁ ସଂକ୍ରମଣ ଖସିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୦୦ରୁ ସାମାନ୍ୟ ଅଧିକ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୮,୮୬୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୯୭ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୫୬,୪୦୧ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୧୯୭ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୬୩,୮୫୨ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୧,୯୭୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୮,୬୧,୭୨୯।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୩୦,୭୯୩। ୫୨୫ ଦିନ ମଧ୍ୟରେ ଏହା ହେଉଛି ଦେଶରେ ସବୁଠୁ କମ୍ ସକ୍ରିୟ ସଙ୍କ୍ରମଣ।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, ଗତକାଲି ୧୧,୦୭,୬୧୭ଟି ନମୁନା ପରୀକ୍ଷା କରାଯାଇଛି।

The post ୨୮୭ଦିନ ପରେ କମିଲା ସଂକ୍ରମଣ, ୨୪ ଘଣ୍ଟାରେ ଭାରତରେ ୮,୮୬୫ କୋଭିଡ୍‌-୧୯ ସଂକ୍ରମଣ, first appeared on Sambad.

from କରୋନା | Sambad https://ift.tt/3DkSas5