
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କମ୍ ରହୁଥିବାରୂ ଆମେରିକାର ସିଡିସି (ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) ଭାରତରେ କରୋନା ବିପଦ କମ୍ ଥିବା କହିଛି। ଭାରତ ପାଇଁ ଆମେରିକା ସିଡିସି ଲେବଲ୍-୧ ବିପଦ ଜାରି କରିଛି ବୋଲି ଆମେରିକା ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି। ଆମେରିକାର ଏକ ଭ୍ରମଣ ନିର୍ଦ୍ଦେଶାବଳିରେ ଏହା କୁହାଯାଇଥିଲା ଯେ, ସଂପୂର୍ଣ୍ଣ ଟିକା ନେଇଥିବା ଲୋକଙ୍କ ପାଇଁ ଭାରତରେ ସଂକ୍ରମଣର ଆଶଙ୍କା ଖୁବ୍ କମ୍। ଭାରତ ଯାଉଥିବା ଆମେରିକା ଯାତ୍ରୀଙ୍କ ପାଇଁ ସିଡିସି ୱେବସାଇଟ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ଟିକା ନେଇଥିବା ଜରୁରୀ। ଏଥିସହ ମାସ୍କ ପିନ୍ଧିବା ଓ ଅନ୍ୟାନ୍ୟ କରୋନା କଟକଣା ପାଳନ କରିବାକୁ ପଡ଼ିବ।
ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୧୦,୩୦୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪୬୫,୩୪୯ରେ ପହଞ୍ଚିଛି । ଆରୋଗ୍ୟ ହାର ୯୮.୨୯ ପ୍ରତିଶତ ରହିଛି। ମାର୍ଚ୍ଚ ୨୦୨୦ ପରେ ବର୍ତ୍ତମାନର ଆରୋଗ୍ୟ ହାର ସବୁଠାରୁ ଅଧିକ। ଗତ ୨୪ ଘଣ୍ଟାରେ ୧୧,୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ସକ୍ରିୟ ମାମଲା ଏବେ ୧,୨୪,୮୬୮ ରହିଛି। ୫୩୧ ଦିନରେ ଏହା ସବୁଠାରୁ କମ୍। ଦେଶରେ ଦୈନିକ ପଜିଟିଭ୍ ହାର ହ.୯୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୯୩ ପ୍ରତିଶତ। ୨ ମାସ ଧରି ଉଭୟ ଦୈନିକ ଏବଂ ସାପ୍ତାହିକ ପଜିଟିଭ୍ ହାର ୨ ପ୍ରତିଶତ ତଳେ ରହିଛି।
The post ଭାରତରେ କରୋନା ବିପଦ କମ୍: ଆମେରିକା first appeared on Sambad.from କରୋନା | Sambad https://ift.tt/3HIcTZs
0 Comments