
ନୂଆଦିଲ୍ଲୀ : ୟୁରୋପରେ କରୋନା ସଂକ୍ରମଣ ପୁଣି ମାଡ଼ିଲାଣି। ପ୍ରଥମ ଏବଂ ଦ୍ବିତୀୟ ଲହରରେ ୟୁରୋପରେ ସଂକ୍ରମଣ ଯେତେ କ୍ଷୀପ୍ର ଗତିରେ ବ୍ୟାପିଥିଲା ତା’ଠାରୁ ଅଧିକ କ୍ଷୀପ୍ର ଗତିରେ ଏବେ ସଂକ୍ରମଣ ବ୍ୟାପୁଛି। ୟୁରୋପ ପୁଣିଥରେ କୋଭିଡ୍ ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ଗତ ସପ୍ତାହରେ ବିଶ୍ବର ମୋଟ୍ ସଂକ୍ରମଣ ମାମଲାର ୬୦ ପ୍ରତିଶତ ସଂକ୍ରମଣ ଏବଂ ମୃତ୍ୟୁ ୟୁରୋପରେ ଚିହ୍ନଟ ହୋଇଛି। ଟେଡ୍ରସ୍ କହିଛନ୍ତି ଯେ ଟିକା ନେଇଥିଲେ ବି ସମ୍ପୂର୍ଣ୍ଣ ସଚେତନ ରହିବାକୁ ପଡ଼ିବ।
ବ୍ରିଟେନରେ ଆଜି ୪୩ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ପୋଲାଣ୍ଡରେ ୨୮ ହଜାର ଏବଂ ନେଦରଲାଣ୍ଡରେ ୨୪ ହଜାର ଚିହ୍ନଟ ହୋଇଛନ୍ତି। ଫ୍ରାନ୍ସରେ ୭ ଦିନର ହାରାହାରି କୋଭିଡ୍ ସଂକ୍ରମଣ ଅଗଷ୍ଟ ପରେ ପ୍ରଥମ ଥର ପାଇଁ ୨୦ ହଜାରରୁ ଅଧିକ ରହିଛି। ସ୍ଲୋଭାକିଆରେ ମଧ୍ୟ ସଂକ୍ରମଣ ବଢ଼ୁଛି। ୟୁରୋପରେ କରୋନା ମୃତ୍ୟୁ ଦ୍ବିଗୁଣା ହୋଇଛି। ଏବେ ଦୈନିକ କରୋନା ମୃତ୍ୟୁ ୪ ହଜାର ଉପରେ ରହୁଛି। ରୁଷ୍ରେ ଏବେ ଦୈନିକ କରୋନା ମୃତ୍ୟୁ ପ୍ରାୟ ୧୨୦୦ ରହୁଛି। ୟୁରୋପରେ ଆଗକୁ ସ୍ଥିତି ଆହୁରି ଜଟିଳ ହୋଇପାରେ। ମୃତ୍ୟୁସଂଖ୍ୟା ଏବେ ୧୫ ଲକ୍ଷ ଥିବା ବେଳେ ଆସନ୍ତା ବର୍ଷ ଆଉ ୭ ଲକ୍ଷ ଲୋକ ମରିବେ ବୋଲି କୁହାଯାଉଛି।
The post ୟୁରୋପରେ ପୁଣି ମାଡ଼ିଲାଣି, ଆଉ ୭ ଲକ୍ଷ ମରିବେ! first appeared on Sambad.ଜର୍ମାନୀରେ ମୃତ୍ୟୁ ଲେକ୍ଷ ଟପିଲା
ନୂଆଦିଲ୍ଲୀ : ଜର୍ମାନୀରେ କରୋନା ମୃତ୍ୟୁ ୧ ଲକ୍ଷ ଟପିଯାଇଛି। ନୂତନ ସଂକ୍ରମଣ ବୃଦ୍ଧି ଯୋଗୁଁ ହସ୍ପିଟାଲ ଏବଂ ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜର୍ମାନୀରେ ଏବେ କରୋନା ମୃତ୍ୟୁସଂଖ୍ୟା ୧୦୦,୧୧୯ରେ ପହଞ୍ଚିଛି। ତେବେ ବ୍ରିଟେନ୍, ଫ୍ରାନ୍ସ ଏବଂ ଇଟାଲିଠାରୁ ଜର୍ମାନୀରେ କରୋନା ମୃତ୍ୟୁ କମ୍ ରହିଛି। ଆମେରିକାରେ ସର୍ବାଧିକ ୭୭୦,୦୦୦ କରୋନା ମୃତ୍ୟୁ ହୋଇଥିବା ବେଳେ ବ୍ରାଜିଲ୍ରେ କରୋନା ମୃତ୍ୟୁସଂଖ୍ୟା ୬୧୦,୦୦୦ରୁ ଅଧିକ ରହିଛି। ବିଶ୍ବରେ ମୋଟ୍ ସଂକ୍ରମଣ ମାମଲା ୨୫୯,୮୮୧,୭୯୩ରେ ପହଞ୍ଚିଥିବା ବେଳେ ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୫,୧୯୫,୪୨୮ ରହିଛି।
from କରୋନା | Sambad https://ift.tt/3xqi8Ix
0 Comments