ଭୁବନେଶ୍ୱର: ରାଜ୍ୟରେ ଆଜି ୪୬୧ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୨୭ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାରୁ ୨୮, ଜଗତସିଂହପୁରରୁ ୧୭, ବାଲେଶ୍ୱରରୁ ୧୪, ସୁନ୍ଦରଗଡ଼ରୁ ୧୩, ସମ୍ବଲପୁରରୁ ୧୦, ଯାଜପୁରରୁ ୯, ଭଦ୍ରକରୁ ୬, ଗଜପତି ଓ ନୟାଗଡ଼ରୁ ୫-୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଗଂଜାମ, ରାୟଗଡ଼ାରୁ ୪-୪, କଳାହାଣ୍ଡି, ପୁରୀରୁ ୨ ଜଣ ଲେଖାଏଁ, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୬୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୭ first appeared on Sambad.

from କରୋନା | Sambad https://ift.tt/3mWtMHv