
ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟାରେ ୧୧ ହଜାର ୨୭୧ ନୂଆ କୋଭିଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ଏହି ସମୟ ମଧ୍ୟରେ ୨୮୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଦେଶରେ ସକ୍ରିୟ ମାମଲା ୧୩୫୯୧୮ ରହିଥିବା ବେଳେ ବିଗତ ୫୨୨ ଦିନ ମଧ୍ୟରେ ଏହା ସବୁଠାରୁ କମ୍। ଭାରତରେ କରୋନାରୁ ମୋଟ୍ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୩,୩୮,୩୭,୮୫୯ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୬୩,୫୩୦ ରହିଛି। ସକ୍ରିୟ ମାମଲା ମୋଟ୍ ମାମଲାର ୧ ପ୍ରତିଶତରୁ କମ୍ ରହିବା ଆଶ୍ବସ୍ତିର କାରଣ ହୋଇଛି। ବର୍ତ୍ତମାନ ଏହା ୦.୩୯ ପ୍ରତିତ ରହିଥିବା ବେଳେ ମାର୍ଚ୍ଚ ୨୦୨୦ ପରଠାରୁ ଏହା ସବୁଠାରୁ କମ୍। ଆରୋଗ୍ୟ ହାର ଏବେ ୯୮.୨୬ ପ୍ରତିଶତ ରହିଛି।
ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅଦ୍ୟାବଧି ମୋଟ ୧୨୪ କୋଟିରୁ ଊର୍ଦ୍ଧ୍ବ (୧,୨୪,୨୦,୯୮,୦୧୦) ଟିକା ଡୋଜ୍ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ରବିବାର ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ଏବେ ବି ୧୮,୭୪,୬୨,୩୦୬ ଟିକା ଅବ୍ୟବହୃତ ଓ ବଳକା ରହିଛି। ରାଜ୍ୟଗୁଡ଼ିକ ପାଖରେ ଯଥେଷ୍ଟ ଟିକା ମହଜୁଦ ରହିବାରୁ ସେମାନେ ଯୋଜନାବଦ୍ଧ ଭାବରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିପାରୁଛନ୍ତି।
The post ୧୧ ହଜାରରୁ ଅଧିକ ନୂଆ ସଂକ୍ରମଣ: ଅର୍ଦ୍ଧାଧିକ ମାମଲା କେବଳ କେରଳରୁ first appeared on Sambad.from କରୋନା | Sambad https://ift.tt/3kwKgon
0 Comments