ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ୩୦ ଥର ରୂପ ବଦଳାଉଛି। ଘାତକ ସ୍ପାଇକ୍ ଫ୍ରୋଫାଇଲ ସହ ଠାବ ହୋଇଥିବା ଏହି ପ୍ରଜାତି ଅତ୍ୟନ୍ତ ସଂକ୍ରାମକ ଏବଂ ଡେଲ୍ଟାଠାରୁ ମଧ୍ୟ ଏହା ଅଧିକ ଭୟଙ୍କର। ଏହାରି ଭିତରେ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୮ ହଜାର ୩୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ହଜାର ୯୦୫ ଜଣ ସୁସ୍ଥ ହୋଇଛନ୍ତି |
ଅନ୍ୟପଟେ ଆଜି ମହାରାଷ୍ଟ୍ରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯିଏ କି ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି | ତେବେ ସେ ଓମିକ୍ରନ୍ ପ୍ରଜାତିର ଶିକାର ହୋଇଛନ୍ତି ନା ନାହିଁ ତାହା ଜଣାପଡିନାହିଁ | ବର୍ତ୍ତମାନ ତାଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ ଆଲର୍ଟ ଜାରି କରାଯାଇଛି |
ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ ଏହି ଵ୍ୟକ୍ତି ଜଣକ ଦୁଇ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ | ଥାନେର ଡୋମ୍ବିବଲିରେ ରହୁଥିବା ଏହି ଵ୍ୟକ୍ତିଙ୍କର ଲକ୍ଷଣ ପ୍ରକାଶ ପରେ କୋଭିଡ ପରୀକ୍ଷା କରାଯାଇଥିଲା |
The post ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୩୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3pbATM7
0 Comments