ଦେଶ ବିଦେଶ ଯାତାୟାତ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ବିସ୍ତାର ରୋକିବ ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ଦେଶ ବିଦେଶ ଯାତାୟତ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ର ବିସ୍ତାରକୁ ଅଟକାଇ ପାରିବ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ତେଣୁ, ‘କରୋନାଭାଇରସ୍‌ର ଓମିକ୍ରନ୍‌ ଭେରିଏଣ୍ଟ୍‌’ ସଂକ୍ରମଣ ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ଦେଶମାନେ ବିଦେଶାଗତ ଯାତ୍ରୀମାନଙ୍କର ‘ସ୍କ୍ରିନିଙ୍ଗ୍‌ ଏବଂ କ୍ବାରେଣ୍ଟିନ୍‌’ ସମେତ ପ୍ରମାଣ ଓ ସମ୍ଭାବ୍ୟ ବିପଦ ଆଧାରିତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମତ ଦେଇଛି।

ମଙ୍ଗଳବାର ଦିନ ସରକାରୀ କର୍ତ୍ତୃପକ୍ଷ ଏବଂ ଯାତ୍ରୀମାନଙ୍କ ପ୍ରତି ଜାରି କରିଥିବା ସଦ୍ୟତମ ମାର୍ଗଦର୍ଶିକାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ରୋଗାକ୍ରାନ୍ତ ଏବଂ ମୃତ୍ୟୁ ଆଶଙ୍କା ଥିବାରୁ ସମ୍ପୂର୍ଣ୍ଣ ଟିକା ନେଇ ନ ଥିବା କିଂବା ପୂର୍ବରୁ ‘ସାର୍ସ-କ‌ୋଭ୍‌-୨’ ସଂକ୍ରମିତ ହୋଇ ନ ଥିଲେ ବୋଲି ପ୍ରମାଣ ନ ଥିବା ଏବଂ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ଯାତ୍ରୀମାନେ ଯାତ୍ରା ସ୍ଥଗିତ ରଖିବା ଉଚିତ।

Image Courtesy of The New York Times

ସପ୍ତାହେ ପୂର୍ବେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ରିପୋର୍ଟ ହୋଇଥିବା ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସମଗ୍ର ବିଶ୍ବରେ ଭୟାବହ ବାତାବରଣ ସୃଷ୍ଟି କରିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆହୁରି ମଧ୍ୟ କହିଛି ଯେ, ସମ୍ପୂର୍ଣ୍ଣ ନିଷେଧାଦେଶ ଆନ୍ତର୍ଜାତିକ ସଂକ୍ରମଣକୁ ପ୍ରତିରୋଧ କରିପାରିବ ନାହିଁ। ଓଲଟି ଜୀବନ ଓ ଜୀବିକା ଉପରେ ପ୍ରଚଣ୍ଡ ବୋଝ ପକାଇବ। ନଭେମ୍ବର ୨୮ ସୁଦ୍ଧା ପ୍ରାପ୍ତ ସୂଚନା ଅନୁସାରେ, ଓମିକ୍ରନ୍‌ର ଆଗମନ ବିଳମ୍ବ କରାଇବାକୁ ପ୍ରାୟ ୫୬ଟି ଦେଶ ଗମନା ଗମନ ଉପରେ କଟକଣା ଜାରି କରିବା ପାଇଁ ବ୍ୟବସ୍ଥା କରୁଛନ୍ତି।

ସପ୍ତାହେ ପୂର୍ବେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ରିପୋର୍ଟ ହୋଇଥିବା ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସମଗ୍ର ବିଶ୍ବରେ ଭୟାବହ ବାତାବରଣ ସୃଷ୍ଟି କରିବା ସହ ବ୍ୟାପକ ଟିକାକରଣ ହୋଇଥିବା ଧନୀ ଦେଶସମୂହ ଏବଂ ସ୍ବଳ୍ପ ଟିକାକରଣ ହୋଇଥିବା ବିକାଶଶୀଳ ଦେଶ ମଧ୍ୟରେ ଅସମାନତା ଉପରେ ଗୁରୁତ୍ବାରୋପ କରିଛି।

The post ଦେଶ ବିଦେଶ ଯାତାୟାତ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ବିସ୍ତାର ରୋକିବ ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ first appeared on Sambad.

from କରୋନା | Sambad https://ift.tt/3d4bLRR

Post a Comment

0 Comments