
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅତ୍ୟନ୍ତ ଉଦ୍ବେଗଜନକ ଘଟଣା ଘଟିଛି। ୨ ଜଣ କୋଭିଡ୍ ରୋଗୀଙ୍କ ମର ଶରୀର ଦେଢ଼ ବର୍ଷ ହେବ ସତ୍କାର ନହୋଇ ଶବଗୃହରେ ପଡ଼ି ରହିଛି। ବେଙ୍ଗାଲୁରୁର ରାଜାଜୀନଗର ସ୍ଥିତ ଇଏସ୍ଆଇ ହସ୍ପିଟାଲ୍ରେ ଜୁନ୍ ୨୦୨୦ରେ ଦୁର୍ଗା ସୁମିତ୍ରା (୪୦) ଏବଂ ୫୦ ବର୍ଷୀୟ ମୁନିରାଜୁ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥିଲେ। ଜୁଲାଇ ୨ରେ ସେମାନଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଉକ୍ତ ୨ ବ୍ୟକ୍ତିଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇନଥିଲା। ସଂକ୍ରମଣ ଭୟ ଦେଖାଇ ସେମାନଙ୍କୁ ଶବ ହସ୍ତାନ୍ତର କରାଯାଇନଥିଲା ଏବଂ ଶବ ସଂସ୍କାର ହୋଇଥିବା କୁହାଯାଇଥିଲା। କିନ୍ତୁ ସେବେଠାରୁ ଉକ୍ତ ଦୁଇ ମର ଶରୀର ଶବଗୃହରେ ପଡ଼ି ରହିଛି। ଶବ ସତ୍କାର ନହେବାର କାରଣ କ’ଣ ବି ସ୍ପଷ୍ଟ ହୋଇନି। ରାଜାଜୀନଗର ବିଜେପି ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଏସ୍ ସୁରେଶ କୁମାର ଏସଂକ୍ରାନ୍ତରେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଏ ଶିବରାମ ହେବ୍ବରଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଘଟଣାରେ ସେ ତଦନ୍ତ ଦାବି କରିଛନ୍ତି ଏବଂ ଏଭଳି ଅମାନବୀୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବେଙ୍ଗାଲୁରୁ ପୌର ନିଗମ ଏବଂ ଇଏସ୍ଆଇ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ବିଧାୟକ କହିଛନ୍ତି। ବିଧାୟକ କୁମାର କହିଛନ୍ତି, ଏଭଳି ଘଟଣା କୌଣସି ସ୍ଥାନରେ ବି ହେବା ଉଚିତ୍ ନୁହେଁ।
The post ଦେଢ଼ ବର୍ଷ ହେବ ଶବଗୃହରେ ପଡ଼ି ରହିଛି ୨ କୋଭିଡ୍ ରୋଗୀଙ୍କ ମର ଶରୀର first appeared on Sambad.from କରୋନା | Sambad https://ift.tt/3D3ESPV
0 Comments