ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ: ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଲା

ସମ୍ବଲପୁର/ବୁର୍ଲା : ବୁର୍ଲା ଭିମସାରରେ ଆହୁରି ୧୧ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହାଫଳରେ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଏନେଇ ଭିମସାର୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଗତ ଶୁକ୍ରବାର ଭିମସାର୍ ଛାତ୍ରଛାତ୍ରୀଙ୍କ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା ଭିମସାର୍ ଅଧୀକ୍ଷକ ପ୍ର. ଲାଲମୋହନ ନାୟକ କହିଥିଲେ। କେବଳ ଏକ ଛାତ୍ରାବାସର ଜଣେ ସଫେଇ କର୍ମଚାରୀ ସଂକ୍ରମିତ ହୋଇଥିବା ସେ କହିଥିଲେ।


ଅପରପକ୍ଷେ ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସଂକ୍ରମଣ ପ୍ରସଂଗରେ ଆଲୋଚନା କରିଥିଲେ। ଏହାପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଭିଡିଓ କନ୍ଫରେନ୍ସିଂରେ ଭିମସାରର ସମସ୍ତ ପ୍ରମୁଖ ପଦାଧିକାରୀଙ୍କ ସହ ସଂକ୍ରମଣ ରୋକିବା ଓ ପରବର୍ତ୍ତୀ ସତର୍କତାମୂଳକ ପଦକ୍ଷେପ ଗୁଡ଼ିକ ସଂପର୍କରେ ଆଲୋଚନା କରିଥିଲେ। ସଂକ୍ରମଣ ରୋକିବାକୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଭିମସାର୍ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ମଧ୍ୟ କରୋନା କଟକଣା କଡ଼ାକଡ଼ି ପାଳନ କରିବା, ସଂକ୍ରମଣ ନ ବଢ଼ିବା ପାଇଁ ଯାହା ଆବଶ୍ୟକ କରିବାକୁ ପରାମର୍ଶ ଦେବା ସହ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଗତ ୧୩ ଓ ୧୪ ତାରିଖରେ ଭିମସାରରେ ଆୟୋଜିତ ଛାତ୍ର ସଂସଦ ବାର୍ଷିକ ଉତ୍ସବ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଥିଲା। ଏକଦା ଶୂନର ନିମ୍ନତମ ସ୍ତରକୁ ପହଞ୍ଚି ସାରିଥିବା ସମ୍ବଲପୁର ଜିଲ୍ଲାର ଦୈନିକ ସଂକ୍ରମଣ ହଠାତ୍ ଊର୍ଧ୍ବଗାମୀ ହୋଇଥିଲା। ଏହା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।

The post ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ: ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଲା first appeared on Sambad.

from କରୋନା | Sambad https://ift.tt/3d3akmS

Post a Comment

0 Comments