ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ଧୀରେଧୀରେ କମିକମି ଆସୁଛି। ଗତକାଲି ରାଜ୍ୟ ରାଜଧାନୀରେ ୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୯୬ ରହିଛି। ତେବେ ରାଜ୍ୟ ରାଜଧାନୀ‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ ତଳକୁ ଖସି ଆସିଥିବା ଏକ ପ୍ରକାର ଆଶ୍ବସ୍ତିର ଖବର ବୋଲି କୁହାଯାଇପାରେ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

 

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୭ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୨୦୮୯୮ଜଣ ଚିହ୍ନଟ ହୋଇଥିବା ବେଳେ ୧୧୮୩୮୬ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୧୪୦୭ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୮୪ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

The post ରାଜଧାନୀରୁ ୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୮ଜଣ ସୁସ୍ଥ first appeared on Sambad.

from କରୋନା | Sambad https://ift.tt/3p357AS