
ଭୁବନେଶ୍ୱର: ରାଜ୍ୟରେ ଆଜି ୫୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୨୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ ୨୦, ରାୟଗଡ଼ାରୁ ୧୫, ଯାଜପୁର, ମୟୂରଭଂଜରୁ ୧୩-୧୩, ପୁରୀରୁ ୧୧, ସମ୍ବଲପୁରରୁ ୧୦, ଜଗତସିଂହପୁରରୁ ୯, ବାଲେଶ୍ୱରରୁ ୮, ଭଦ୍ରକ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ଦେବଗଡ଼ରୁ ୬, ଗଜପତି, କଳାହାଣ୍ଡିରୁ ୪-୪, ଗଂଜାମ, ଝାରସୁଗୁଡ଼ା, ନୟାଗଡ଼ରୁ ୩-୩, ବରଗଡ଼, ବଲାଙ୍ଗୀରରୁ ୨-୨, ଅନୁଗୁଳ, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୩୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୦ first appeared on Sambad.from କରୋନା | Sambad https://ift.tt/3bJXB7X
0 Comments