ମସ୍କୋ: ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ପୁଣି ଥରେ କୋଭିଡ୍‌-୧୯ ନିରୋଧୀ ଟିକା ଦିଆଯାଇଥିବା କଥା ରବିବାର ଦିନ ରୁଷୀୟ ସମ୍ବାଦ ସରବରାହ ସଂସ୍ଥାନ ସବୁ ରିପୋର୍ଟ କରିଛନ୍ତି। ଏଥର ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ନେଇଛନ୍ତି ବୋଲି ରାଷ୍ଟ୍ରପତି ପୁଟିନ୍‌ ନିଜେ କହିଥିବା କଥା ରିପୋର୍ଟରେ ଉଲ୍ଲେଖ ଅଛି।

‘ସ୍ପୁଟ୍‌ନିକ୍‌ ଭି’ ନେଇଛନ୍ତି ବୋଲି ୨୦୨୧ ଜୁନ୍‌ରେ ପୁଟିନ୍ କହିଥିଲେ।

‘ଗାମାଲେୟା ରିସର୍ଚ ସେଣ୍ଟର୍‌ ଫର୍‌ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି’ର ଉପନିର୍ଦେଶକଙ୍କ ସହ ବୈଠକ ବେଳେ ପୁଟିନ୍‌ କହିଛନ୍ତି, ଆଜି ଆପଣ ଏବଂ ଆପଣମାନଙ୍କ ସହକର୍ମୀମାନଙ୍କ ସୁପାରିସକ୍ରମେ ମୁଁ ଆଉ ଏକ ଟିକା, ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ନେଲି। ଏହାକୁ ପୁନଃଟିକାକରଣ କହନ୍ତି।

ସୂଚନାଯୋଗ୍ୟ, ‘ଗାମାଲେୟା ରିସର୍ଚ ସେଣ୍ଟର୍‌ ଫର୍‌ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି’ ଉଭୟ କୋଭିଡ୍‌-୧୯ ନିରୋଧୀ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଓ  ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ର ପ୍ରସ୍ତୁତକର୍ତ୍ତା।

 

The post ପୁଣି ଥରେ କୋଭିଡ୍‌-୧୯ ନିରୋଧୀ ଟିକା ନେଲେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌: ରିପୋର୍ଟ first appeared on Sambad.

from କରୋନା | Sambad https://ift.tt/3l015rT