ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୫୧ କରୋନା ପଜିଟିଭ୍ ଚିହ୍ନଟ, ୪୫ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗୀରରୁ ୪ ଜଣ, କଟକରୁ ୩୫ ଜଣ, ଦେବଗଡ଼ରୁ ୧ ଜଣ, ଗଜପତିରୁ ୨ ଜଣ, ଜଗତସିଂହପୁରରୁ ୧୦ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, ଖୋର୍ଦ୍ଧାରୁ ୧୮୧ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୬ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୬ ଜଣ, ସମ୍ୱଲପୁରରୁ ୫ ଜଣ, ସୋନପୁରରୁ ୧ଜଣ, ସୁନ୍ଦରଗଡ଼ରୁ ୩ ଜଣ ଓ ଷ୍ଟେଟ ପୁଲରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୨ ହଜାର ୭୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୩୦ ହଜାର ୪୪୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩ ହଜାର ୯୩୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

The post ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୫୧ କରୋନା ପଜିଟିଭ୍ ଚିହ୍ନଟ, ୪୫ ଜଣ ଶିଶୁ ଓ କିଶୋର ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/3bFym6L

Post a Comment

0 Comments