
ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଧବାର ଦିନ ହଠାତ୍ ବିଗିଡ଼ିଯିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ଆନ୍ଧ୍ର ରାଜଭବନ ସୂଚନା ଅନୁଯାୟୀ, ୮୭ବର୍ଷୀୟ ହରିଚନ୍ଦନ ଦିଲ୍ଲୀ ଗସ୍ତରୁ ଫେରିଥିବା ବେଳେ ଦୁଇ ଦିନ ହେଲା ଥଣ୍ଡା ଓ କଫ ଜନିତ କାରଣରୁ ଅସୁସ୍ଥ ଥିଲେ। ବୁଧବାର ଦିନ ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ଅଣାଯାଇଥିଲା। ଶ୍ରୀ ହରିଚନ୍ଦନଙ୍କ ସହ ତାଙ୍କ ପତ୍ନୀ ସୁପ୍ରଭା ଏବଂ ପୁଅ ପୃଥ୍ବୀରାଜ ମଧ୍ୟ ହାଇଦ୍ରାବାଦ ଆସିଛନ୍ତି। ଚିକିତ୍ସା ସମୟରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଜି ଜୟଦେବ ଭବନରେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଉତ୍ସବରେ ଶ୍ରୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବାର ଥିଲା।
The post ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କରୋନା first appeared on Sambad.from କରୋନା | Sambad https://ift.tt/3Du9tHl
0 Comments