ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବେ ସଂପୂର୍ଣ୍ଣ କୋଭିଡ ମୁକ୍ତ ହୋଇଛନ୍ତି। ସେ ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଆସନ୍ତାକାଲି ଏସିଆନ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ରାଜ୍ୟପାଳଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଆର୍‌.ପି ସିସୋଦିଆ ସୂଚନା ଦେଇଛନ୍ତି।

ସାମାନ୍ୟ କୋଭିଡ ଲକ୍ଷଣ ଏବଂ ଅସୁସ୍ଥତା କାରଣରୁ ନଭେମ୍ବର ୧୫ରେ ଶ୍ରୀ ହରିଚନ୍ଦନଙ୍କୁ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ଅଣାଯାଇ ଏଆଇଜି ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ତାଙ୍କର ଚିକିତ୍ସା କରାଯିବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ମଙ୍ଗଳବାର ଶ୍ରୀ ହରିଚନ୍ଦନ ବେଗମପେଟ୍ ବିମାନବନ୍ଦରରୁ ବିଜୟୱାଡା ଆସିବେ। ଅପରାହ୍ନ ସୁଦ୍ଧା ରାଜଭବନରେ ପହଞ୍ଚିବେ ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

The post କୋଭିଡରୁ ସୁସ୍ଥ ହେଲେ ବିଶ୍ୱଭୂଷଣ first appeared on Sambad.

from କରୋନା | Sambad https://ift.tt/3CP5PqE