
ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ୩୦ ଥର ରୂପ ବଦଳାଉଛି। ଘାତକ ସ୍ପାଇକ୍ ଫ୍ରୋଫାଇଲ ସହ ଠାବ ହୋଇଥିବା ଏହି ପ୍ରଜାତି ଅତ୍ୟନ୍ତ ସଂକ୍ରାମକ ଏବଂ ଡେଲ୍ଟାଠାରୁ ମଧ୍ୟ ଏହା ଅଧିକ ଭୟଙ୍କର। ତେଣୁ ଟିକା ସୁରକ୍ଷାରୁ ଏହା ପ୍ରଜାତି ଖସି ଯାଇପାରେ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ପ୍ରଥମ କରି ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ପ୍ରଜାତି ବିଶ୍ବବ୍ୟାପୀ ଭୟ ବଢ଼ାଇବାରେ ଲାଗିଛି। ଏହି ନୂଆ ପ୍ରଜାତି ପାଇଁ ବିଭିନ୍ନ ରାଷ୍ଟ୍ର ଯାତ୍ରା କଟକଣା ଲଗାଇଛନ୍ତି।
ଗୁଲେରିଆ କହିଛନ୍ତି ଯେ ଉକ୍ତ ପ୍ରଜାତି ବାରମ୍ବାର ରୂପାନ୍ତରଣ ହେଉଥିବାରୁ ଏହା କୋଭିଡ୍ ଟିକା ଫଳପ୍ରଦତାକୁ କମାଇଦେବ। ଏହାଦ୍ବାରା ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପିବ। ତେଣୁ ଭାରତ ଟିକାର ପ୍ରଭାବକୁ ନୂଆ ପ୍ରଜାତି କ୍ଷେତ୍ରରେ ଭଲଭାବେ ଆକଳନ କରିବାକୁ ପଡ଼ିବ। ଉକ୍ତ ନୂଆ ପ୍ରଜାତି ବି.୧.୧.୫୨୯ ଏଯାବତ ଭାରତରେ ଚିହ୍ନଟ ହୋଇନି। ପ୍ରତି ଲୋକ କରୋନା ନିୟମାବଳିକୁ ସଠିକ୍ ଭାବେ ପାଳନ କରିବା ଉଚିତ୍ ଏବଂ ସମସ୍ତେ ୨ଟି ଯାକ ଡୋଜ ନେବା ଉଚିତ। ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବାପାଇଁ ଉତ୍ସାହିତ କରିବାକୁ ହେବ ବୋଲି ଗୁଲେରିଆ କହିଛନ୍ତି। ଗତ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଏହି ପ୍ରଜାତି ଚିହ୍ନଟ ହୋଇଥିଲା। ଗତ ଶୁକ୍ରବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ପ୍ରଜାତିକୁ ଏକ ‘ଚିନ୍ତାଜନକ ପ୍ରଜାତି’ ବୋଲି କହିଛନ୍ତି।
The post ୩୦ ଥର ରୂପ ବଦଳାଇଲାଣି କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ first appeared on Sambad.from କରୋନା | Sambad https://ift.tt/3xzvDGg
0 Comments