ମସ୍କୋ: ରୁଷ୍‌ରେ କରେନା ସଂକ୍ରମଣ ଏବଂ ମୃତ୍ୟୁ ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରୁଷ୍‌ରେ ୩୯,୦୦୮ ନୂଆ ମାମଲା ଚିହ୍ନଟ ହୋଇଛି। ସେହିଭଳି ‌ରେକର୍ଡ ୧୧୭୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ରାଜଧାନୀ ମସ୍କୋରେ ୫,୭୩୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବତ୍ତର୍ମାନ ସୁଦ୍ଧା ରୁଷ୍‌ରେ ୮.୫ ନିୟୁତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୨,୪୧,୦୦୦ରେ ପହଞ୍ଚିଛି। ୟୁରୋପ୍‌ରେ ସବୁଠୁ ଅଧିକ କରୋନା ମୃତ୍ୟୁ ରୁଷ୍‌ରେ ହୋଇଛି। ବିଶ୍ବକୁ ଦେଖିଲେ ଆମେରିକା,ବ୍ରାଜିଲ ଏବଂ ଭାରତ ପରେ ସବୁଠାରୁ ଅଧିକ କରୋନା ମୃତ୍ୟୁ ରୁଷ୍‌ରେ ହୋଇଛି। ରୁଷ୍‌ରେ ସଂକ୍ରମଣ ବଢ଼ୁଥିବାରୁ ଡାକ୍ତରମାନେ ଅତ୍ୟନ୍ତ ଚାପରେ ଅଛନ୍ତି ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି।

ରୋମାନିଆରେ ଦିନକରେ ୧୧,୦୦୦ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୫୯୧ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ଦେଶରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯାଇଛି। ଆଇସିୟୁ ବେଡ୍‌ ଆଉ ଉପଲବ୍ଧ ନାହିଁ। ପୋଲ‌ାଣ୍ଡ, ହଙ୍ଗେରି ଏବଂ ଜର୍ମାନୀ ରୋମାନିଆରୁ ରୋଗୀମାନଙ୍କୁ ସେମାନଙ୍କ ହସ୍ପିଟାଲ୍‌କୁ ଏୟାରଲିଫ୍ଟ କରୁଛନ୍ତି। ରୋମାନିଆରେ ମୋଟ କୋଭିଡ ମୃତ୍ୟୁସଂଖ୍ୟା ୪୯ ହଜାରରେ ପହଞ୍ଚିଛି। ତେବେ ରୋମାନିଆ ଏହାର ୩୭ ପ୍ରତିଶତ ଯୁବବର୍ଗଙ୍କୁ ସମ୍ପୂର୍ଣ୍ଣ ଟିକା ଦେଇ ସାରିଛି। ସଂକ୍ରମଣ ବଢ଼ିବାରୁ ଗତ କିଛି ଦିନ ହେବ ରୋମାନିଆରେ ଟିକାକରଣ ବଢ଼ିଛି।

 

The post ରୁଷ୍‌ରେ ରେକର୍ଡ ମୃତ୍ୟୁ: ରୋମାନିଆରେ ସ୍ଥିତି ସାଂଘାତିକ, ଗୋଟିଏ ବି ଆଇସିୟୁ ବେଡ୍‌ ଫାଙ୍କା ନାହିଁ first appeared on Sambad.

from କରୋନା | Sambad https://ift.tt/3nQSjNE