ଭୁବନେଶ୍ବର: କରୋନା ଏବେ ଲକ୍ଷଣ ବଦଳାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଥଣ୍ଡା ଜ୍ଵର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ୩୦ ଜଣ ସୁରକ୍ଷିତ ହୋଇପାରିବେ।
ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି। ଭିମସାର ଓ ସୁନ୍ଦରଗଡ଼ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାହାର ପିଲା ଭୁତରକୁ ପ୍ରବେଶ କରିବେ ନାହିଁ। କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି। ଚିହ୍ନଟ ବ୍ୟକ୍ତିଙ୍କ ଠାରେ ସିଭିଅରିଟି କମ୍ ରହିଛି। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଯେହେତୁ ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ହଷ୍ଟେଲରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି। ୪ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ।
ବର୍ତ୍ତମାନ ବାହାରେ କୋଭିଡ ପ୍ରୋଟୋକାଲ ଲୋକମାନେ ମାନୁନାହାନ୍ତି। ଏହା ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିପାରେ। ତେଣୁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି। ଆବଶ୍ୟକତାଠାରୁ ଅଧିକ ଘରୁ ନ ବାହାରିବାକୁ ବି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

The post ଲକ୍ଷଣ ବଦଳାଉଛି କରୋନା: ସ୍ବାସ୍ଥ୍ୟ ନିର୍ଦେଶକ first appeared on Sambad.

from କରୋନା | Sambad https://ift.tt/3xmcEyv