କୋଲକାତା  : ଦ୍ବିତୀୟ ଲହର ପରଠାରୁ ଭାରତରେ କରୋନା ରୋଗୀଙ୍କଠାରେ ଲକ୍ଷଣରେ ପରିବର୍ତ୍ତନ ଦେଖାଦେଇଛି। ଏହାଦ୍ବାରା କରୋନାକୁ ଚିହ୍ନଟ କରିବା ଏକ ଚ୍ୟାଲେଂଜ ହୋଇଯାଇଛି। କିନ୍ତୁ ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ଟିକା ନେଇସାରିଥିବାରୁ କରୋନାର ଭୟାବହତା ଏତେ ଜଣାପଡ଼ୁନାହିଁ। ଏବେ ଅଧିକାଂଶ ରୋଗୀଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲେ ସୁଦ୍ଧା ଡାକ୍ତରମାନେ ସେମାନଙ୍କୁ ଟେଷ୍ଟ୍‌ କରିବା ପାଇଁ କହୁନାହାନ୍ତି। ଫଳରେ ଅଧିକାଂଶ ମାମଲା ଚିହ୍ନଟ ହୋଇପାରୁନାହିଁ। ସାଧାରଣତଃ ପାଗ ପରିବର୍ତ୍ତନ ହେଲେ ଥଣ୍ଡା ଏବଂ ଛିଙ୍କ ହୁଏ। ଏହାକୁ ସାଧାରଣ ଥଣ୍ଡା କୁହାଯାଏ। କିନ୍ତୁ ଯଦି ପରିବାରର ଅଧିକାଂଶ ସଦସ୍ୟଙ୍କଠାରେ ମଧ୍ୟ ଲକ୍ଷଣ ଦେଖାଦିଏ ତେବେ ଏହା କରୋନା ବୋଲି ସନ୍ଦେହ କରାଯାଉଛି।

ପ୍ରଥମ ଏବଂ ଦ୍ବିତୀୟ ଲହରରେ କରୋନା ରୋଗୀଙ୍କର ଶୁଖିଲା କାଶ ‌ହେଉଥିଲା। କିନ୍ତୁ ଦ୍ବିତୀୟ ଲହରରେ ସାଧାରଣ କାଶ ହେଉଛି। ଦ୍ବିତୀୟ ଲହରରେ ରୋଗୀଙ୍କ ଠାରେ ଉଚ୍ଚ ତାପମାତ୍ରା ରହୁଥିଲା କିନ୍ତୁ ଏବେ କରୋନା ହେଲେ ତାପମାତ୍ରା କମ୍‌ ରହୁଛି। ପ୍ରଥମ ଏବଂ ଦ୍ବିତୀୟ ଲହରରେ ଜ୍ବର ଏବଂ ଅନ୍ୟ ଲକ୍ଷଣ ଥାଇ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ୍‌ ଆସୁଥିବାବେଳେ ଏବେ ପ୍ରତି ୧୦ ଜଣରେ ୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି। ତେବେ ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ଲୋକଙ୍କୁ ଡାକ୍ତରମାନେ ଏବେ ଫ୍ଲୁ ଟିକା ନେବାପାଇଁ କହୁଛନ୍ତି।

The post କୋଭିଡ୍‌ ତୃତୀୟ ଲହର: ଲକ୍ଷଣରେ ପରିବର୍ତ୍ତନ first appeared on Sambad.

from କରୋନା | Sambad https://ift.tt/30ejnOG