
ନୂଆଦିଲ୍ଲୀ: ‘ଭାରତ ବାୟୋଟେକ୍’ ଉତ୍ପାଦିତ ସ୍ବଦେଶୀ କୋଭିଡ୍ ଟିକା ‘କୋଭାକ୍ସିନ୍’ କୋଭିଡ୍-୧୯ ସଂକ୍ରମଣ ପ୍ରତିହତ କରିବାରେ ୭୭.୮% ଫଳପ୍ରଦ ବୋଲି ଡାକ୍ତରୀ ଜର୍ଣ୍ଣାଲ୍ ‘ଲାନ୍ସେଟ୍’ରେ ପ୍ରକାଶିତ ସମୀକ୍ଷାରୁ ଜଣାପଡ଼ିଛି।
‘କୋଭାକ୍ସିନ୍’ର ୩ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ପରେ ଏହାର ନିରାପତ୍ତା ଏବଂ ଫଳପ୍ରଦତା ଉପରେ ସଂଗୃହୀତ ତଥ୍ୟାବଳୀ ସମୀକ୍ଷା କରାଯାଇ ତାହାକୁ ‘ଲାନ୍ସେଟ୍’ରେ ପ୍ରକାଶ କରାଯାଇଛି।
ଉକ୍ତ ଟିକା ‘ବି.୧.୬୧୭.୨ ଡେଲ୍ଟା ଭେରିଆଣ୍ଟ୍’ ସଂକ୍ରମଣ ଲକ୍ଷଣଯୁକ୍ତ ମାମଲାରେ ୬୩.୬% ସୁରକ୍ଷା ଏବଂ ଲକ୍ଷଣରହିତ ସଂକ୍ରମଣ କ୍ଷେତ୍ରରେ ୬୫.୨% ସୁରକ୍ଷା ଦେଉଛି ବୋଲି ଉକ୍ତ ସମୀକ୍ଷାରେ ପ୍ରକାଶ ପାଇଛି। ୪ ମାସ ତଳେ ‘ଭାରତ ବାୟୋଟେକ୍’ ଏହି ଅଧ୍ୟୟନ କରିଥିଲା।
‘ଦି ଲାନ୍ସେଟ୍’ରେ ଶୁକ୍ରବାର ଦିନ ଉକ୍ତ ଅଧ୍ୟୟନ ପ୍ରକାଶିତ ହେବା ପରେ ‘ଭାରତ ବାୟୋଟେକ୍’ ବିବୃତି ଦେଇ କହିଛି, କୋଭିଡ୍-୧୯ ବିପକ୍ଷରେ ‘କୋଭାକ୍ସିନ୍’ ଫଳପ୍ରଦ ହୋଇପାରେ ବୋଲି କରାଯାଇଥିବା ଅନୁଶୀଳନକୁ ‘ଦି ଲାନ୍ସେଟ୍ ପିୟର୍ ରିଭ୍ୟୁ’ ସୁନିଶ୍ଚିତ କରିଛି। ‘କୋଭାକ୍ସିନ୍’ ହେଉଛି ଏକମାତ୍ର ଟିକା ଯାହାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ‘ଡେଲ୍ଟା ଭେରିଏଣ୍ଟ୍’ ବିପକ୍ଷରେ ପ୍ରୟୋଗ କରାଯାଇଥିଲା। ‘ଡେଲ୍ଟା ଭେରିଏଣ୍ଟ୍’ ବିପକ୍ଷରେ ଏହା ୬୫.୨% ଫଳପ୍ରଦ ବୋଲି ଜଣାପଡ଼ିଥିଲା। ୧୩୦ଟି ‘କୋଭିଡ୍-୧୯’ ସଂକ୍ରମଣ ମାମଲାରେ ଟିକାର ଫଳପ୍ରଦତା ବିଶ୍ଳେଷଣ କରାଯାଇଥିଲା।
The post କୋଭିଡ୍-୧୯ ବିପକ୍ଷରେ ‘କୋଭାକ୍ସିନ୍’ ୭୭.୮% ଫଳପ୍ରଦ: ‘ଲାନ୍ସେଟ୍’ ଅଧ୍ୟୟନ first appeared on Sambad.from କରୋନା | Sambad https://ift.tt/3D905sp
0 Comments