
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ କରୋନାଭାରଇରସ୍ର ‘ଡେଲ୍ଟା ଭେରିଏଣ୍ଟ୍’ ବ୍ୟାପିବା ବେଳେ ‘କୋଭିସିଲ୍ଡ୍’ ଟିକା ଫଳପ୍ରଦ ଥିବା କଥା ‘ଲାନ୍ସେଟ୍’ କରିଥିବା ନୂତନ ଅଧ୍ୟୟନରୁ ସୂଚନା ମିଳିଛି। ସମ୍ପୂର୍ଣ୍ଣ ଟିକା ଡୋଜ୍ ନେଇଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହି ଟିକା ୬୩% ଫଳପ୍ରଦ ହୋଇଥିବା ବେଳେ କରୋନାଭାଇରସ୍ଦ୍ବାରା ମଧ୍ୟମରୁ ସାଂଘାତିକ ଆକ୍ରାନ୍ତ ହୋଇଥିବା ବ୍ୟକ୍ତମାନଙ୍କ ୮୧% ଫଳପ୍ରଦ ହୋଇଛି।
୨୦୨୧ ଏପ୍ରିଲ୍ଏବଂ ମେ ମଧ୍ୟରେ ‘ସାର୍ସ-କୋଭ୍-୨’ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇଥିବା ବେଳେ ‘କୋଭିସିଲ୍ଡ’ର ବାସ୍ତବ ଫଳପ୍ରଦତା ମୂଲ୍ୟାୟନ ନିମନ୍ତେ ଭାରତୀୟ ଗବେଷକମାନଙ୍କଦ୍ବାରା ପରିଚାଳିତ ଏହି ଅଧ୍ୟୟନର ନେତୃତ୍ବ ନେଇଥିଲା ‘ଟ୍ରାନ୍ସଲେସ୍ନାଲ୍ ହେଲ୍ଥ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି ଇନ୍ଷ୍ଟିଚ୍ୟୁଟ୍’ (ଟିଏଚ୍ଏସ୍ଟିଆଇ)।
ସେତେବେଳେ ଏକ ବିବୃତିରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ କହିଥିଲା, ‘ସାର୍ସ-କୋଭ୍-୨ ଭୂତାଣୁର ଗୁଣସୂତ୍ର-କ୍ରମ ବିବର୍ତ୍ତିନ ବୃଦ୍ଧି ଟିକାର ଫଳପ୍ରଦତା ପ୍ରସଙ୍ଗରେ ଚିନ୍ତା ଉଦ୍ରେକକାରୀ ହୋଇଛି। ‘ଡେଲ୍ଟା’ (ବି.୧.୬୧୭.୨) ଭେରିଏଣ୍ଟ୍ ହେଉଛି ଭାରତର ପ୍ରମୁଖ ଷ୍ଟ୍ରେନ୍।
‘ଲାନ୍ସେଟ୍’ କରିଥିବା ଅଧ୍ୟୟନ ପତ୍ରର ଉପସଂହାରରେ ଉଲ୍ଲେଖ ଅଛି, ‘ସାର୍ସ-କୋଭ୍-୨’ର ଅଧିକ ସଂକ୍ରମଣଶୀଳ ‘ଡେଲ୍ଟା’ ଭେରିଏଣ୍ଟ୍ ପ୍ରାଧାନ୍ୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମଧ୍ୟମରୁ ସାଂଘାତିକ କୋଭିଡ୍-୧୯ ଆକ୍ରାନ୍ତଙ୍କ କ୍ଷେତ୍ରରେ ‘ସିଏଚ୍ଏଡିଓଏକ୍ସୱାନ୍’ କୋଭିଡ୍ ଟିକା ଫଳପ୍ରଦ ଥିଲା।
ଟିକାର ସୁରକ୍ଷା ପ୍ରଣାଳୀ ବୁଝିବା ପାଇଁ ଗବେଷକମାନେ ଟିକା ନେଇଥିବା ସୁସ୍ଥ ବ୍ୟକ୍ତିଙ୍କ ଉପରେ ମଧ୍ୟ ଗବେଷଣା କରିଥିଲେ। ସେମାନଙ୍କ ଶରୀରରେ ଉକ୍ତ ଟିକା ‘ଭେରିଏଣ୍ଟ୍’ ବିପକ୍ଷରେ କରୁଥିବା ‘ନ୍ୟୁଟ୍ରାଲାଇଜିଙ୍ଗ୍ ଆକ୍ଟିଭିଟି’ ଏବଂ ‘ସେଲୁଲାର୍ ଇମ୍ୟୁନ୍ ରେସ୍ପନ୍ସ୍’ର ମଧ୍ୟ ମୂଲ୍ୟାୟନ କରିଥିଲେ।
‘ସାର୍ସ-କୋଭ୍-୨’ ସଂକ୍ରମଣ ବୋଲି ସୁନିଶ୍ଚିତ କରାଯାଇଥିବା ୨୩୭୯ ମାମଲା ଏବଂ ନିୟନ୍ତ୍ରଣ କରାଯାଇଥିବା ୧୯୮୧ଟି ମାମଲା ମଧ୍ୟରେ ହୋଇଥିବ ତୁଳନା ମଧ୍ୟ ଉକ୍ତ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଛି।
‘ଦି ଲାନ୍ସେଟ୍ ଇନ୍ଫେକ୍ସିଅସ୍ ଡିଜିଜ୍’ ପତ୍ରିକାରେ ପ୍ରକାଶିତ ଉପରୋକ୍ତ ଅଧ୍ୟୟନରୁ ଜଣାପଡ଼ିଛି ଯେ, ‘କୋଭିସିଲ୍ଡ୍’ ଭୂତାଣୁ ବିରୋଧୀ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ ମଧ୍ୟମରୁ ସାଙ୍ଘାତି ସଂକ୍ରମଣ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ସହ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ରକ୍ଷା କରୁଛି।
The post କୋଭିଡ୍-୧୯ ଡେଲ୍ଟା ଭେରିଏଣ୍ଟ୍ ବିପକ୍ଷରେ ‘କୋଭିସିଲ୍ଡ୍’ ଫଳପ୍ରଦ: ଲାନ୍ସେଟ୍ ଅଧ୍ୟୟନ first appeared on Sambad.from କରୋନା | Sambad https://ift.tt/3FUm0EI
0 Comments