
ଜାତିସଂଘ: ହାଇଦ୍ରାବାଦୀ କମ୍ପାନି ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଭାରତୀୟ ଟିକା କୋଭାକ୍ସିନର ଜରୁରିକାଳୀନ ବ୍ୟବହାର ତାଲିକାକରଣ (ଇୟୁଏଲ୍) ଲାଗି ବିଚାରବିମର୍ଶ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ବୈଷୟିକ ଉପେଦେଷ୍ଟାମଣ୍ଡଳୀର ଏକ ବୈଠକ ଅକ୍ଟୋବର ୨୬ରେ ବସିବାକୁ ଯାଉଛି ବୋଲି ଡବ୍ଲୁଏଚ୍ଓର ପ୍ରମୁଖ ବୈଜ୍ଞାନିକ ରବିବାର କହିଛନ୍ତି। ରବିବାର ବୈଜ୍ଞାନିକ ସୌମ୍ୟା ସ୍ବାମିନାଥନ୍ କରିଥିବା ଟ୍ବିଟ୍ ଅନୁସାରେ ଡବ୍ଲୁଏଚ୍ଓ ଚାହେଁ ଯେତେ ସମ୍ଭବ ଅଧିକ ସଂଖ୍ୟକ ଟିକା ଜରୁରୀ ବ୍ୟବହାର ଲାଗି ତାଲିକାଭୁକ୍ତ ହେଉ ଏବଂ ଅଧିକ ସଂଖ୍ୟକ ଲୋକ ଟିକା ନେବାର ସୁଯୋଗ ପାଆନ୍ତୁ। ତେଣୁ ଭାରତୀୟ ଟିକା କୋଭାକ୍ସିନକୁ ଅନୁମତି ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୬ ତାରିଖରେ ଏହା ଉପରେ ଏକ ବିଶେଷଜ୍ଞସ୍ତରୀୟ ଆଲୋଚନା ହେବ। ଏଥିରେ ଭାରତ ବାୟୋଟେକ୍ ଦେଇଥିବା ସମସ୍ତ ତଥ୍ୟ ଉପରେ ସମୀକ୍ଷା କରାଯିବ ଏବଂ କୋଭାକ୍ସିନକୁ ଅନୁମତି ଦେବା ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ସ୍ବାମିନାଥନ୍ ସୂଚନା ଦେଇଛନ୍ତି।
The post କୋଭାକ୍ସିନର ଅନୁମୋଦନ ବିଷୟରେ ବିମର୍ଶ ପାଇଁ ଅକ୍ଟୋବର ୨୬ରେ ଡବ୍ଲୁଏଚ୍ଓ ବୈଠକ first appeared on Sambad.from କରୋନା | Sambad https://ift.tt/3lSnacG
0 Comments