ବେଜିଂ: ଚୀନରେ ପୁଣିଥରେ ବ୍ୟାପିବାକୁ ଆରମ୍ଭ କରିଛି କୋଭିଡ୍‌-୧୯ ସଂକ୍ରମଣ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍‌ ସରକାର। ଏହି ନୂତନ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଚୀନ୍‌ କର୍ତ୍ତୃପକ୍ଷ ଶହ ଶହ ବିମାନ ବାତିଲ କରିଛନ୍ତି।

ବିମାନ ଚଳାଚଳର ତଥ୍ୟ ଅନୁଯାୟୀ ପ୍ରଭାବିତ ଅଞ୍ଚଳର ବିମାନବନ୍ଦରଗୁଡ଼ିକ ଶହ ଶହ ବିମାନ ବାତିଲ୍‌ କରିଛନ୍ତି। ପ୍ରାୟ ୬୦ ପ୍ରତିଶତ ବିମାନକୁ କେବଳ ଜିଆନ୍‌ ଏବଂ ଲାନଝୋଉର ଦୁଇଟି ମୁଖ୍ୟ ବିମାନବନ୍ଦର ବାତିଲ କରିଥିବା ଜଣାପଡ଼ିଛି। ନୂତନ ପ୍ରକୋପରୁ ରକ୍ଷା ପାଇବା ପାଇଁ ଚୀନ୍‌ ମଧ୍ୟ ଗୁରୁବାର ଦିନ ସାମୁହିକ ପରୀକ୍ଷଣକୁ ବୃଦ୍ଧି କରିଛି।

ରାଜଧାନୀ ବେଜିଂ ସମେତ ଏହାର ସମସ୍ତ ସୀମାକୁ ସିଲ୍‌ କରି ଦିଆଯାଇଛି ଓ ଲକଡାଉନ୍‌ ଜାରି ରଖିଛି। ସାମ୍ପ୍ରତିକ ପରିପ୍ରେକ୍ଷୀରେ ଦେଶର ଅନେକ ସ୍ଥାନରେ ସତର୍କତାମୂଳକ ପଦକ୍ଷେପ ଘୋଷଣା କରାଯାଇଛି। ଗୁରୁବାର ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ଭୂତାଣୁର ବିସ୍ତାରକୁ ରୋକିବା ପାଇଁ ଚୀନର ସ୍ଥାନୀୟ କର୍ତ୍ତୃପକ୍ଷ ଗଣ ପରୀକ୍ଷଣ ଆରମ୍ଭ କରିଛନ୍ତି। ସାର୍ବଜନୀନ ସ୍ଥାନଗୁଡିକୁ ବନ୍ଦ କରି ଦିଆଯାଇଛି।

The post ଚୀନରେ ପୁଣି ବ୍ୟାପୁଛି କୋଭିଡ୍‌-୧୯ ସଂକ୍ରମଣ; ଶହ ଶହ ବିମାନ ବାତିଲ, ବିଦ୍ୟାଳୟ ଏବଂ ପର୍ଯ୍ୟଟନ ସ୍ଥଳ ବନ୍ଦ first appeared on Sambad.

from କରୋନା | Sambad https://ift.tt/3aVM05r