ଭୁବନେଶ୍ବର: କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା, ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ।

ଗତକାଲି ହାଟ ଓ ବଜାରଗୁଡ଼ିକରୁ ଯାହା ଚିତ୍ର ଆସିଛି, ତାହା ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଯଦି ଏମିତି ଭିଡ଼ ଲାଗି ରୁହେ, ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ଏକ ପ୍ରଶ୍ନବାଚୀ। ଏଣୁ ଆମେ ଅନୁରୋଧ କରୁଛୁ, ଲୋକମାନେ କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ। ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ।

 

The post କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3v17yXv