ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୫୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୩୦୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୬୫୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୧୮, ପୁରୀରୁ ୧୪, ବାଲେଶ୍ୱରରୁ ୧୩, ଜଗତସିଂହପୁରରୁ ୧୨, ସମ୍ବଲପୁରରୁ ୧୨, ଯାଜପୁରରୁ ୧୧, ମୟୂରଭଂଜରୁ ୮, ନୟାଗଡ଼ରୁ ୬, ଝାରସୁଗୁଡ଼ା ଓ କୋରାପୁଟରୁ ୫ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକ, ବଲାଙ୍ଗୀରରୁ ୪-୪ ଜଣ, ଗଂଜାମ, କେନ୍ଦ୍ରାପଡ଼ାରୁ ୩-୩ ଜଣ, ଅନୁଗୁଳରୁ ୨, ଦେବଗଡ଼, ନବରଂଗପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ first appeared on Sambad.

from କରୋନା | Sambad https://ift.tt/3EoCe8n