
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୨୬,୭୨୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ୧୩.୬ ପ୍ରତିଶତ ବୃଦ୍ଧି ହୋଇଛି। ଏଥିସହ ଦେଶରେ ମୋଟ୍ ସଂକ୍ରମଣ ମାମଲା ୩,୩୭,୬୬,୭୦୭ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୨୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪,୪୮,୩୩୯ ହୋଇଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ ଆନ୍ଧ୍ରପ୍ରଦେଶରେ ୮୫.୧୯ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। କେରଳରୁ କେବଳ ୫୯.୫୪ ପ୍ରତିଶତ ନୂଆ ମାମଲା ରହିଛି।
କେରଳରେ ଗତ ୨୪ ଘଣ୍ଟାରେ ୧୫,୯୧୪ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩,୦୬୩, ତାମିଲନାଡ଼ୁରେ ୧୬୧୨, ମିଜୋରାମରେ ୧୧୭୦ ଏବଂ ଆନ୍ଧ୍ରପ୍ରଦେଶରେ ୧, ୦୧୦ ମାମଲା ରହିଛି। କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ୯୭.୮୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୮,୨୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୩୦,୪୩,୧୪୪ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୨,୭୫,୨୨୪ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୪,୪୦,୪୫୧ ଡୋଜ୍ ଟିକା ଦିଆଯିବା ସହ ଦେଶରେ ମୋଟ୍ ଟିକାକରଣ ୮୯,୦୨,୦୮,୦୦୭ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ୍ ହାର ୧.୭୬ ପ୍ରତିଶତ। ଗତ ୩୨ ଦିନ ଧରି ଦେଶରେ ଦୈନିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହିଛି। ଲଗାତାର ୯୮ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହିଛି।
The post ଦେଶରେ ଦୈନିକ ସଂକ୍ରମଣରେ ୧୩.୬% ବୃଦ୍ଧି, ,୨୬,୭୨୭ ନୂଆ ମାମଲା first appeared on Sambad.from କରୋନା | Sambad https://ift.tt/3ipJPv2
0 Comments