ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ଗୁଡ଼ିକରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଜାରି ରହିଛି। ଏହାରି ମଧ୍ୟରେ ଆଜି ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ରାତି ପାହିଲେ ଦଶହରା ପାଳନ ହେବ। ହେଲେ କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପୂଜାମଣ୍ଡପକୁ ଭକ୍ତଙ୍କୁ ବାରଣ କରାଯାଇଛି। ତେଣୁ ଭକ୍ତମାନେ ମଣ୍ଡପ ବାହାରେ ମା’ଙ୍କୁ ଦୀପଦାନ କରୁଛନ୍ତି। ଭକ୍ତଙ୍କୁ ବାରଣ ସତ୍ତ୍ୱେ ଦଶହରା ଅବସରରେ ପୂଜା ମଣ୍ଡପ ଗୁଡ଼ିକରେ ଭିଡ଼ ନ ଜମିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି।

ବିଏମ୍‌ସିର ସ୍ୱତନ୍ତ୍ର ଟିମ୍‌ ପୂଜା ମଣ୍ଡପରେ କେମିତି ଶାନ୍ତିଶୃଙ୍ଖଳା ପାଳନ କରୁଛି, ସେ ନେଇ ନଜର ରଖିଛି। ମା’ଙ୍କ ପୂଜା ସମୟରେ ମଣ୍ଡପରେ ନିୟୋଜିତ ସଦସ୍ୟ ମାସ୍କ ପିନ୍ଧିଛନ୍ତି କି ନାହିଁ ଓ ସାମାଜିକ ଦୂରତା କେମିତି ପାଳନ କରାଯାଉଛି, ସେ ନେଇ ବିଏମ୍‌ଟି ଟିମ୍‌ ଚେକିଂ କରୁଛି।

ଅନ୍ୟପଟରେ କୋଭିଡ-୧୯ କାରଣରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ମଣ୍ଡପ ଗୁଡ଼ିଖ ଖାଁ ଖାଁ ଲାଗୁଛି। ଲୋକଙ୍କର ଗହଳି ନାହିଁ କି ପୂଜା ବଜାର ନାହିଁ। ରାଜଧାନୀର ବ୍ୟସ୍ତବହୁଳ ସ୍ଥାନ ସହିଦନଗର, ନୟାପଲ୍ଲୀ, ରସୁଲଗଡ଼, ବରମୁଣ୍ଡା, ପଳାଶୁଣୀ, ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଭକ୍ତ ବିନା ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଛି।

The post ପୂଜା ମଣ୍ଡପ ଉପରେ ସ୍ୱତନ୍ତ୍ର ନଜର ରଖିଛି ବିଏମ୍‌ସି ଟିମ୍‌, ମାସ୍କ-ସାମାଜିକ ଦୂରତା କରୁଛି ଚେକିଂ first appeared on Sambad.

from କରୋନା | Sambad https://ift.tt/3aABLmL