ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାବାରୀରୁ ୪୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୧୪୭ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୨୪, ବାଲେଶ୍ୱରରୁ ୧୪, ଜଗତସିଂହପୁରରୁ ୧୨, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଂଜ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ, ଭଦ୍ରକ, ପୁରୀରୁ ୭ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ଅନୁଗୁଳ, ଦେବଗଡ଼, ମାଲକାନଗିରି, ନୟାଗଡ଼, ନୂଆପଡ଼ା, ରାୟଗଡ଼ାରୁ ୩-୩ ଜଣ, ଗଂଜାମ, କେନ୍ଦୁଝର, କୋରାପୁଟରୁ ୨ ଜଣ ଲେଖାଏଁ, ବରଗଡ଼ରୁ ଜଣେ ଓ ରାଜ୍ୟପୁଲରୁ ୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୫୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ first appeared on Sambad.from କରୋନା | Sambad https://ift.tt/3w0prGr
0 Comments