
ମସ୍କୋ : ରୁଷ୍ରେ ଦୈନିକ ସଂକ୍ରମଣ ମାମଲା ଏବଂ କରୋନା ମୃତ୍ୟୁସଂଖ୍ୟା ଏବେ ବଢ଼ିବାରେ ଲାଗିଛି। ସୋମବାର ରୁଷ୍ରେ ସର୍ବାଧିକ ୨୯,୪୦୯ ନୂଆ ମାମଲା ଚିହ୍ନଟ ହୋଇଛି। ମହାମାରୀ ଆରମ୍ଭରୁ ଏଯାବତ୍ ରୁଷ୍ରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ପୂର୍ବରୁ ରେକର୍ଡ କରାଯାଇନଥିଲା। ଅନ୍ୟପକ୍ଷେ କୋଭିଡ ମୃତ୍ୟୁସଂଖ୍ୟା ଆଜି ୯୫୭ ରହିଛି। ସପ୍ତାହାନ୍ତରେ କୋଭିଡ୍ ମୃତ୍ୟୁସଂଖ୍ୟା ୯୬୮ ଥିଲା। ତେବେ ୟୁରୋପର ସବୁଠୁ ଅଧିକ କରୋନା ମୃତ୍ୟୁ ରୁଷ୍ରେ ହୋଇଛି। ଏଠାରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨୧୭,୦୦୦। ରୁଷ୍ରେ ମନ୍ଥର ଟିକାକରଣ ଯୋଗୁଁ ଗତ ମାସରେ ହଠାତ୍ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଯାଇଛି।
ରୁଷ୍ରେ ୩୩ ପ୍ରତିଶତ ଲୋକ ଗୋଟିଏ ଡୋଜ୍ ଟିକା ନେଇଥିବାବେଳେ ୨୯ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୨୩୮,୭୬୧,୦୩୫। ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୪,୮୬୮୯,୬୯୪। ଆମେରିକାରେ ସଂକ୍ରମଣ ମାମଲା ୪୫,୨୦୪,୩୭୩ ଥିବାବେଳେ ମୋଟ୍ ମୃତ୍ୟୁସଂଖ୍ୟା ୭୩୩,୬୭୫। ଆମେରିକା ପରେ ବ୍ରାଜିଲରେ ସର୍ବାଧିକ କରୋନା ମୃତ୍ୟୁ ୬୦୧,୦୪୭। ବ୍ରାଜିଲରେ ମୋଟ୍ ସଂକ୍ରମଣ ମାମଲା ୨୧,୫୭୫,୮୨୦। ଆମେରିକାରେ ଏବେ ଦୈନିକ ସଂକ୍ରମଣ ମାମଲା ପୂର୍ବାପେକ୍ଷା କମ୍ ରହିଛି।
The post ରୁଷ୍ରେ ସଂକ୍ରମଣ ଓ ମୃତ୍ୟୁ ଉପରମୁହାଁ: ଦୈନିକ କରୋନା ମୃତ୍ୟୁ ପାଖାପାଖି ୧ ହଜାର first appeared on Sambad.from କରୋନା | Sambad https://ift.tt/3BBgBkh
0 Comments