
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ମହାମାରୀରୁ ୪୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୨୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୯୧୭ରେ ପହଂଚିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୧୫, ମୟୂରଭଂଜରୁ ୧୧, କେନ୍ଦ୍ରାପଡ଼ା, ସମ୍ବଲପୁର, ସୁନ୍ଦରଗଡ଼ରୁ ୧୦ ଜଣ ଲେଖାଏଁ, ଯାଜପୁର, ପୁରୀରୁ ୯-୯, ଢେଙ୍କାନାଳ ଓ ଜଗତସିଂହପୁରରୁ ୮ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ବରଗଡ଼, କଳାହାଣ୍ଡିରୁ ୫-୫ ଜଣ, ଭଦ୍ରକ, ଦେବଗଡ଼, ନୟାଗଡ଼ରୁ ୩ ଜଣ ଲେଖାଏଁ, ଗଂଜାମ, ସୁବର୍ଣ୍ଣପୁରରୁ ୨-୨ ଜଣ, ଅନୁଗୁଳ, ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୧୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୬ first appeared on Sambad.from କରୋନା | Sambad https://ift.tt/3C9Vi9D
0 Comments