୫ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ: କେବଳ କେରଳରୁ ୫୦% ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଲଗାତାର ୫ ଦିନ ଧରି ଦୈନିକ କୋଭିଡ ସଂକ୍ରମଣ ମାମଲା ୨୦ ହଜାର ତଳେ ରହୁଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ଦେଶରେ ୧୫,୮୨୩ ନୂଆ ମାମଲା ଚିହ୍ନଟ ହୋଇଛି। ଗତକାଲିର ସଂକ୍ରମଣ ମାମଲା ତୁଳନାରେ ଏହା ୧୦.୫ ପ୍ରତିଶତ ଅଧିକ। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୦୧,୭୪୩ରେ ପହଞ୍ଚିଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ ପଶ୍ଚିମବଙ୍ଗରୁ ୮୩.୨୬ ପ୍ରତିଶତ ନୂଆ ମାମଲା ରହିଛି। ନୂଆ ସଂକ୍ରମଣ ମାମଲାର ୪୯.୪୪ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା‌ରେ ୨୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୫୧,୧୮୯ରେ ପହଞ୍ଚିଛି। କେରଳରେ ଗତ ୨୪ ଘଣ୍ଟାରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୨୨,୮୪୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ୩,୩୩,୪୨,୯୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୮.୦୬ ପ୍ରତିଶତ। ଦେଶରେ ସକ୍ରିୟ ମାମଲା ମଧ୍ୟ ଗତ ୨୪ ଘଣ୍ଟାରେ ୭,୨୪୭ କମିଯାଇଛି। ମୋଟ୍‌ ସକ୍ରିୟ ମାମଲା ଏବେ ୨,୦୭,୬୫୩। କେରଳରେ ଗତ ୨୪ ଘଣ୍ଟାରେ ୭,୮୨୩ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨,୦୬୯, ତାମିଲନାଡ଼ୁରେ ୧,୨୮୯ ମିଜୋରାମରେ ୧,୨୨୪ ଏବଂ ପଶ୍ଚିମବଙ୍ଗରେ ୭୬୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

The post ୫ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ: କେବଳ କେରଳରୁ ୫୦% ମାମଲା ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3oYxS3k

Post a Comment

0 Comments