
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୬୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୩୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୨୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଂଜରୁ ୨୧, ବାଲେଶ୍ୱରରୁ ୨୦, କେନ୍ଦ୍ରାପଡ଼ାରୁ ୧୭, ପୁରୀରୁ ୧୩, ଜଗତସିଂହପୁରରୁ ୧୧, ଯାଜପୁର, ନୟାଗଡ଼ରୁ ୯-୯, ସୁନ୍ଦରଗଡ଼ରୁ ୮ ଓ ଗଜପତିରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଅନୁଗୁଳ, ଗଂଜାମରୁ ୫-୫ ଜଣ, ବଲାଙ୍ଗୀର, ସମ୍ବଲପୁରରୁ ୪-୪, ବରଗଡ଼, ଝାରସୁଗୁଡ଼ା, ରାୟଗଡ଼ାରୁ ୩-୩ ଜଣ, ଦେବଗଡ଼, କେନ୍ଦୁଝର, ନବରଂଗପୁରରୁ ୨-୨ ଜଣ, କୋରାପୁଟରୁ ଜଣେ ଓ ରାଜ୍ୟପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୦୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ first appeared on Sambad.from କରୋନା | Sambad https://ift.tt/3m77QZO
0 Comments