
ନୂଆଦିଲ୍ଲୀ: ଟିକାକରଣ କାର୍ଯ୍ୟକ୍ରମକୁ ‘ଭିଆଇପି’ ସଂସ୍କୃତି ନିୟନ୍ତ୍ରଣାଧୀନ କରାଇ ଦେଇନାହୁଁ ଏବଂ ସମସ୍ତଙ୍କ ପ୍ରତି ସମବିଚାର ହୋଇଥିବା ଆମେ ସୁନିଶ୍ଚିତ ଆଜି ପୂର୍ବାହ୍ନ ୧୦ଟାରେ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଅଭିଭାଷଣ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ,କରୋନାଭାଇରସ୍ ବିରୋଧରେ ୧୦୦ କୋଟି ଟିକା ଦିଆଯିବା ଖାଲି ଗୋଟାଏ ପରିସଂଖ୍ୟାନ ନୁହେଁ, ନବ ଭାରତର ଗୋଟାଏ ସଙ୍କେତ। ଭୂତାଣୁ ବିରୋଧରେ ପ୍ରାରମ୍ଭିକ ଅଭିଯାନ କଥା ସ୍ମରଣ କରି ସେ କହିଲେ, ‘ତାଳି, ଥାଳି’ ଠାରୁ ଆରମ୍ଭ କରି ସଦ୍ୟତମ କୃତ୍ୱିତ୍ୱର ଦର୍ଶାଉଛି ଯେ, ଏହି ସଂଗ୍ରାମରେ ଦେଶ ଏକଜୁଟ ହୋଇଛି।
ଗତକାଲି ଦେଶରେ ଟିକାକରଣ ସଂଖ୍ୟା ୧୦୦ କୋଟି ଟପିବା ପରେ ଆଜିର ଉଦ୍ବୋଧନୀ ଭାଷଣରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୧୩୦ କୋଟି ଜନତାଙ୍କ ପ୍ରଚେଷ୍ଟା ବଳରେ କୋଭିଡ୍ ଦମନ ଅଭିଯାନରେ ଆମେ ଦେଶ ସଫଳ ହୋଇଛି। ଏହା ସେମାନଙ୍କ ସଫଳତା। ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି।
ସେ କହିଛନ୍ତି, ସମଗ୍ର ବିଶ୍ୱର ଦେଶମାନେ ଆମକୁ ପ୍ରଶଂସା କରୁଥିବା ବେଳେ ଅଧିକାଂଶ ଦେଶ ଜାଣିପାରିବେ ନାହିଁ, ଆମେ କେମିିତି ଏହି ଅଭିଯାନ ଆରମ୍ଭ କରିଥିଲୁ, କେତେବେଳେ ଆମେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲୁ। ସେତେବେଳେ ଅନେକ ସନ୍ଦେହ ହୋଇଥିଲା। ଆମେ ଟିକା କ୍ରୟ କରିପାରିବୁ ତ? ମହାମାରୀକୁ ପରାହତ କରିବାକୁ ଆମେ ଯଥା ଶୀଘ୍ର ଟିକା ଦେବାକୁ ସମର୍ଥ ହେବୁ କି? ଆଜିର ଏ ସମୟ ସେସବୁ ସନ୍ଦେହ ମୋଚନ କରିଛି।
‘ଫାର୍ମା ହବ୍’ (ଔଷଧୀୟ ନାଭିଚକ୍ର) ଭାବେ ଆମର ସ୍ଥିତି ସୁଦୃଢ଼ ହୋଇଛି। ଆଜିର ଦିନ ହେଉଛି ‘ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ପ୍ରୟାସ୍’ର ଜୀବନ୍ତ ଉଦାହରଣ।
ଟିକା ଦ୍ୱିଧାବୋଧ ସଂକ୍ରାନ୍ତରେ ସେ କହିଲେ ଯେ, ଅନେକ ବିକଶିତ ରାଷ୍ଟ୍ରରେ ଏହା ଗୋଟାଏ ସମସ୍ୟା ହୋଇଥିଲା। କିନ୍ତୁ, ୧୦୦ କୋଟି ଟିକା ପ୍ରଦାନ ଦର୍ଶାଉଛି ଯେ, ଭାରତରେ ଏ ଭଳି ସମସ୍ୟା ନ ଥିଲା।
The post ଟିକାକରଣକୁ ‘ଭିଆପି’ ସଂସ୍କୃତି ନିୟନ୍ତ୍ରଣାଧୀନ କରାଇ ଦେଇନାହୁଁ: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.from କରୋନା | Sambad https://ift.tt/3jpoGBM
0 Comments