ଜଳେଶ୍ବର : ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସପ୍ତାହେରୁ ଅଧିକ ସମୟ ଧରି ସେ ଥଣ୍ଡାରେ ଆକ୍ରାନ୍ତ ଥିବାବେଳେ ଗତକାଲି ଭୁବନେଶ୍ୱରସ୍ଥିତ ସମ ହସପିଟାଲ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ସମୟରେ ତାଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ସେ ପଜିଟିଭ୍ ଥିବା ଜଣା ପଡ଼ିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି।

ଶ୍ରୀ ପାତ୍ର କରୋନା ଆକ୍ରାନ୍ତ ଥିବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇଛି।

The post ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ କରୋନା first appeared on Sambad.

from କରୋନା | Sambad https://ift.tt/3BnKCUG