ଜାତିସଂଘ/ଜିନିଭା: ‘ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ’ ହେବା ପୂର୍ବରୁ ‘ଫାଇନାଲ୍‌ ରିସ୍କ୍‌-ବେନିଫିଟ୍‌ ଆସେସ୍‌ମେଣ୍ଟ’ ନିମନ୍ତେ କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ ସଂକ୍ରାନ୍ତରେ ମଙ୍ଗଳବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ‘ଭାରତ ବାୟୋଟେକ୍‌’ ଠାରୁ ‘ଅତିରିକ୍ତ ସ୍ପଷ୍ଟିକରଣ’ ଲୋଡ଼ିଛି।

ଇ-ମେଲ୍‌ ଜରିଆରେ ଆସିଥିବା ଏକ ସମ୍ବାଦ ସରବରାହ ସଂସ୍ଥାନ ପ୍ରଶ୍ନର ଉତ୍ତର ଦେଇ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଛି, ‘ଇୟୁଏଲ୍‌’ ପଦ୍ଧତିରେ କୋଭିଡ୍‌-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ତାଲିକାଭୁକ୍ତ କରାଯାଇ ପାରିବ କି, ନାହିଁ ତାହା ‘ସ୍ୱାଧୀନ ପରାମର୍ଶଦାତା ଗ୍ରୁପ୍‌’ ‘ଦି ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଫର୍‌ ଏମର୍ଜେନ୍ସି ୟୁଜ୍‌ ଲିଷ୍ଟିଙ୍ଗ୍‌’ (ଟିଏଜି-ଇୟୁଏଲ୍‌) ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ’ ସୁପାରିସ କରେ।

Image Courtesy of India Today

ଏହି ଟିକାର ବୈଶ୍ୱିକ ବ୍ୟବହାର ପାଇଁ ଚୂଡ଼ାନ୍ତ ‘ଇୟୁଏଲ୍‌ ରିସ୍କ୍‌-ବେନିଫିଟ୍‌ ଆସେସ୍‌ମେଣ୍ଟ୍‌’ କରାଇବା ଲାଗି ଏହାର ନିର୍ମାତାଙ୍କ ଠାରୁ ‘ଅତିରିକ୍ତ ସ୍ପଷ୍ଟିକରଣ’ ଆବଶ୍ୟକ ବୋଲି ଆଜିର (ଅକ୍ଟୋବର ୨୬, ୨୦୨୧) ‘ଟିଏଜି’ରେ ନିଷ୍ପତ୍ତି ନିଆଯାଇଥିବା କଥା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଛି।

ଏ ସପ୍ତାହ ଶେଷ ସୁଦ୍ଧା ‘ଭାରତ ବାୟୋଟେକ୍‌’ ପାଖରୁ ଉପରୋକ୍ତ ସ୍ପଷ୍ଟିକରଣ ମିଳିଯିବ ବୋଲି ଆଶା କରୁଥିବା କଥା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଛି।
‘କୋଭାକ୍ସିନ୍‌’ର ‘ଏମର୍ଜେନ୍‌ସି ୟୁଜ୍‌ ଲିଷ୍ଟିଙ୍ଗ୍‌’ ନିମନ୍ତେ ଏପ୍ରିଲ୍‌ ୧୯ ତାରିଖ ଦିନ ହାଇଦ୍ରାବାଦର ‘ଭାରତ ବାୟୋଟେକ୍‌’ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ରେ ‘ଏକ୍ସପ୍ରେସନ୍‌ ଅଫ୍‌ ଇନ୍‌ଟ୍ରେଷ୍ଟ୍‍’ ଦାଖଲ କରିଥିଲା।

The post ‘କୋଭାକ୍ସିନ୍‌’କୁ ଅନୁମୋଦନ ମିଳିନାହିଁ; ଅତିରିକ୍ତ ସ୍ପଷ୍ଟିକରଣ ଚହୁଁଛି ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ first appeared on Sambad.

from କରୋନା | Sambad https://ift.tt/3BhcMQs